Pratidin TV

Odisha's Digital News Platform

ବଦଳିବ ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ !

ବଦଳିଲେ ସରକାର , ବଦଳୁଛି ସବୁ ପୁରୁଣା ଯୋଜନା । ଏସବୁ ଭିତରେ ହାଇସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗର ବଦଳିବା ନେଇ ସଙ୍କେତ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରାଇମେରୀ ସ୍କୁଲ ପିଲାଙ୍କ ଡ୍ରେସ୍ର ରଙ୍ଗ ଯେପରି ଅଛି, ହେଲେ ହାଇସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗ ପରିବର୍ତ୍ତନ କରାଯାଇପାରେ । ଏନେଇ ଆଲୋଚନା କରାଯାଉଥିବା ସେ ସୂଚନା ଦେଇଛନ୍ତି ।

ପୂର୍ବରୁ ହାଇସ୍କୁଲ ପିଲାଙ୍କ ୟୁନିଫର୍ମର ରଙ୍ଗ ଧଳା ଓ ସବୁଜ ରଖାଯାଇଥିବାବେଳେ ବର୍ତ୍ତମାନ ଏହାକୁ ବଦଳାଯାଇ କି ରଙ୍ଗ ରଖାଯିବ ତାକୁ ନେଇ ସବୁଠି ଚର୍ଚ୍ଚା ।

Leave a Reply

Your email address will not be published. Required fields are marked *