Pratidin TV

Odisha's Digital News Platform

ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ

1 min read

ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ | ୨୦୨୪-୨୫ ବର୍ଷ ପାଇଁ ଆସିବ ପୂର୍ଣ୍ଣ ଆର୍ଥିକ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ କରିବେ ଉପସ୍ଥାପନ । ଅଗଷ୍ଟ ୧୨ ଯାଏ ଚାଲିବ ସଂସଦ ଅଧିବେଶନ । ବଜେଟ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ଗତ ଫେବୃଆରୀ ୧ରେ ଆଗତ ହୋଇଥିଲା ଅନ୍ତରୀଣ ବଜେଟ ।

ବଜେଟ ଅଧିବେଶନ ପାଇଁ ସଂସଦୀୟ ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ମୋଦି ସରକାରଙ୍କ ତୃତୀୟ ପାଳିର ଏହା ହେବ ପ୍ରଥମ ବଜେଟ ଅଧିବେଶନ। ଏହା ପୂର୍ବରୁ ଦ୍ୱିତୀୟ ପାଳିର ଅନ୍ତିମ କାମଚଳା ବଜେଟ ଫେବ୍ରୁଆରୀରେ ବସିଥିଲା।

ସଂସଦୀୟ ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟ କରି ସୂଚନା ଦେଇଛନ୍ତି | ସେ ଟ୍ୱିଟ କରି କହିଛନ୍ତି, ଭାରତର ମାନ୍ୟବର ରାଷ୍ଟ୍ରପତି, ଭାରତ ସରକାରଙ୍କ ସୁପାରିଶ କ୍ରମେ, ଆସନ୍ତା ୨୩ରୁ କେନ୍ଦ୍ରର ପୂର୍ଣ୍ଣ ଆର୍ଥିକ ବଜେଟ୍ ଉପସ୍ଥାପନ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୨୨ରୁ ସଂସଦ ଅଧିବେଶନ ଆରମ୍ଭ ହେବ ଏବଂ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟାଦଶ ଲୋକସଭାର ପ୍ରଥମ ବଜେଟ ଉପସ୍ଥାପନ କରିବେ। ଏହା ସାଙ୍ଗକୁ ସେ ମଧ୍ୟ କ୍ରମାଗତ ଭାବେ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିବେ। ଏପରି କରିବାରେ ସୀତାରମଣ ପୂର୍ବତନ ଅର୍ଥମନ୍ତ୍ରୀ ମୋରାର୍ଜି ଦେସାଇଙ୍କ ରେକର୍ଡ ଭାଙ୍ଗି ପ୍ରଥମ ଭାରତୀୟ ଅର୍ଥମନ୍ତ୍ରୀ ହେବେ।

Leave a Reply

Your email address will not be published. Required fields are marked *