ବଢି ଚାଲିଛି ମାଙ୍କଡଙ୍କ ଉତ୍ପାତ,ଅତିଷ୍ଠ ହୋଇ ପ୍ରଶାସନର ଶରଣ ପଶିଲେ ଗ୍ରାମବାସୀ ଓ ଚାଷୀ..
1 min readଯାଜପୁର: ଗାଁରେ ଆତଙ୍କ ଖେଳାଉଛନ୍ତି ମାଙ୍କଡ । ଗୋଟେ କି ୨ଟା ନୁହେଁ ପଲ ପଲ ହୋଇ ଖାଦ୍ୟ ଲୋଭରେ ଗାଁକୁ ପଶି ଆସୁଛନ୍ତି । ଚାଷୀ କଷ୍ଟ କରି ଅର୍ଜି ଥିବା ଶସ୍ୟ ଫସଲ ସବୁ ଖାଇବା ସହ ନଷ୍ଟ କରି ଦେଉଛନ୍ତି । ଯେତେ ଯାହା କଲେ ସୁଧା ମାଙ୍କଡଙ୍କ ଉତ୍ପାତ କମିବା ବଦଳରେ ଆହୁରି ବଢି ଚାଲିଛି । ଶେଷରେ ମାଙ୍କଡ ଉପଦ୍ରବ ସହି ନପାରି ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ତ ହେଲେ ଶତାଧିକ ଗ୍ରାମବାସୀ ଓ ଚାଷୀ । ଜିଲ୍ଲାପାଳ ଙ୍କୁ ଭେଟି ସମସ୍ୟା ଜଣାଇବା ସହ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଯାଜପୁର ବ୍ଲକ ସିମିଳିଆ ପଂଚାୟତ ନକ୍ଷେଇ ଗାଁରେ କିଛିଦିନ ହେବ ୨୦୦ ରୁ ଉର୍ଦ୍ଧ ମାଙ୍କଡଙ୍କ ଉପଦ୍ରବ ଜାରି ରହିଛି । କ୍ଷେତରେ ମାଙ୍କଡ ପଲ ପଶି ଚାଷୀ ମାନଙ୍କ ବାଦାମ ,ବିରି ଓ ପନିପରିବା ଚାଷକୁ ନଷ୍ଟ କରି ଦେଉଛନ୍ତି ।
ଯାହା ଧାର କରଜ କରି ଚାଷ କରୁଥିବା ଚାଷୀଙ୍କ ମୁଣ୍ଡବ୍ୟଥା ର କାରଣ ପାଲଟିଛନ୍ତି ମାଙ୍କଡ। ଏଥି ସହ ଗ୍ରାମବାସୀଙ୍କ ଘରେ ମଧ୍ୟ ପଶି ନାନା ପ୍ରକାର ସମସ୍ୟା ସୃଷ୍ଟି କରିଛନ୍ତି । ଫଳରେ ଗ୍ରାମବାସୀ ନିରୁପାୟ ହୋଇ ଜିଲ୍ଲା ପ୍ରଶାସନର ସାହାଯ୍ୟ ଲୋଡ଼ିଛନ୍ତି । ପ୍ରଦୀପ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଆସି ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଅଭିଯୋଗ କୁ ଗୁରୁତ୍ୱ ଦେଇ ବନ ବିଭାଗ କୁ ଏହାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ ଏକ ଯନ୍ତା ନେଇ ନକ୍ଷେଇ ଗ୍ରାମରେ ପହଞ୍ଚିଛନ୍ତି ମାଙ୍କଡ଼ ଧରିବା ପାଇଁ ଚେଷ୍ଟା ଚଳାଇଛି । ସେପଟେ ଗ୍ରାମବାସ୍ୱାନେ ମଧ୍ୟ ଠେଙ୍ଗା ବାଡ଼ି ଧରି ମାଙ୍କଡ଼ ପଲ ଗୋଡାଇବାକୁ ଜଗି ବସିଛନ୍ତି ।