Pratidin TV

Odisha's Digital News Platform

ସୀମା ଟପିଲା ଉଚ୍ଚ ଶିକ୍ଷିତ ପୁଅ-ବୋହୂଙ୍କ ଅତ୍ୟାଚାର , ସମ୍ପତି ଲୋଭରେ ବୃଦ୍ଧା ମା’କୁ ମାରିଦେବାକୁ ଧମକ।

ଭୁବନେଶ୍ୱର ; ଶିକ୍ଷିତ ପୁଆ ବହୁଙ୍କ ଅତ୍ୟାଚାରର ସୀମା ଟପିଲା । ସମ୍ପତି ପାଇଁ ମାଡ ମରିବା ସହ ଜୀବନ ରୁ ମାରିଦେବାକୁ ଧମକ। ଯାଜପୁର ଜିଲ୍ଲାରୁ ସଙ୍ଗୀନ ଅଭିଯୋଗ ଆସିଛି, ଏ ଅଭିଯୋଗ ଟି ସୁନାମ ଧନ୍ୟ ଶିକ୍ଷାବିତ୍ ସ୍ବର୍ଗତ ଗୌରୀ ଶଙ୍କର ଦାସ ଙ୍କ ଧର୍ମପତ୍ନୀ କୁସୁମ କୁମାରୀ ଦାସ ଥାନାରେ ଏତଲା ଦେବା ସହିତ ଅଭିଯୋଗ କରିଛନ୍ତି, ବୟସର ଅପରାହ୍ନ ରେ ପୁଅ ବୋହୂଙ୍କ ଠୁ ସେବା ପାଇବା ବଦଳ ରେ ଅତ୍ୟାଚାର ର ସମ୍ମୁଖୀନ ହେଉଛନ୍ତି କୁସୁମ୍ , ଜଣେ ଶିକ୍ଷାବିତ୍ ପରିବାରରୁ ଏଭଳି ଘଟଣା ଘଟିବା କେବେବି ବିଶ୍ୱାସ କରି ହେଉନି । ବିଧବା ପତ୍ନୀ କୁସୁମ କୁମାରୀ ଦାସ ଙ୍କ ପୁଅ ଶ୍ୟାମା ଶଙ୍କର ଦାସ ଓ ବହୁ ସୁଲଚନା ପାଢ଼ୀ, ସ୍ବାମୀ ସ୍ତ୍ରୀ ଦୁଇଜଣ ହେଉଛନ୍ତି ଆମ ସମାଜର ଆଦର୍ଶ ଶିକ୍ଷକ ଓ ଶିକ୍ଷୟତ୍ରୀ । ଜଣେ ଯାଜପୁର ଟାଉନ୍ ଭବାନୀ ଗଞ୍ଜ ହାଇସ୍କୁଲ ରେ ଶିକ୍ଷୟତ୍ରୀ ଅଛନ୍ତି, ଆଉ ଜଣେ ଏଇ ନିକଟରେ କିଛିଦିନ ହେଲା ଅବସର ନେଇଥିବା ଯାଜପୁର ମହିଳା କଲେଜ୍ ରୁ ପୁଅ ଶ୍ୟାମା ଶଙ୍କର ଦାସ ।

ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୁଅ ବହୁ ଧନ ସମ୍ପତି ସବୁ ନିଜ ନାଁ ରେ କରିବା ସହିତ୍ ଆତ୍ମ ସାତ୍ କରିବା, ଅଭଳୀ କିଛି ଦରଖାସ୍ତ ରେ ପୋଲିସ୍ ଡିଜିଙ୍କୁ ଅଭିଯୋଗ କରି କୁଶୁମ୍ କୁମାରୀ ଦାସ ଦର୍ଶାଇଛନ୍ତି । ଏହା ସହ ସେ ଥାନାରେ ଅଭିଯୋଗ କରିଛନ୍ତି , ପରିଣତ ବୟସରେ ସେ ସର୍ଯ୍ୟାସାୟୀ ଥିବା ବେଳେ, ଜୀବନରୁ ମାରିଦେବାକୁ ଧମକ ସହ ଖାଦ୍ୟରେ ବିଷ ଦେଇ ମାରିବାକୁ ପୁଅ ବହୁ ଚେଷ୍ଟା କରୁଛନ୍ତି । ଏହା ସହ ବ୍ୟାଙ୍କ୍ ଖାତା ଓନୋମିନି ଫର୍ମ ରେ ଦସ୍ତ ଖତ ନ କଲେ, ମାରିଦେବାକୁ ଧମକ ଦେଉଛନ୍ତି । ଅସୁସ୍ଥ ସତେ ପୁଅ ବହୁ ବାରମ୍ବାର ହଇରାଣ କରି କୁଣ୍ଠା ବୋଧ କରିବାକୁ ପଛଉ ନାହାନ୍ତି ।

ଜନ୍ମ କଲା ପୁଅ ଏତେ କଷ୍ଟ ଦଉଛି ତାହା ସହି ହଉନି, ଅର୍ଥ ଶୂନ୍ୟ ଅଭାବରୁ, ଏବେ ଝିଅ ମାନଙ୍କ ପାଖରେ କୁସୁମ କୁମାରୀ ଦାସ ଆଶ୍ରୟ ନେଇଛନ୍ତି । ଏହା ସହ ଶେଷ ସମୟରେ ଭଲ ସେବା ଓ ଚିକିତ୍ସା ପାଇବା ଓ ଅତ୍ୟାଚାର କରିଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଈଁ ଓଡ଼ିଶା ପୋଲିସ ଡିଜିଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *