Pratidin TV

Odisha's Digital News Platform

ସରିଲା ଅପେକ୍ଷାର ଅନ୍ତ , ଖୁବଶୀଘ୍ର ଭାରତରେ ଗଡ଼ିବ ହାଇଡ୍ରୋଜେନ ଟ୍ରେନ…

1 min read

କୋଇଲା କି ବିଜୁଳି ରେ ନୁହେଁ ଏବେ ଗ୍ୟାସରେ ଚାଲିବ ଟ୍ରେନ । କାରଣ ଏବେ  ଦେଶକୁ ମିଳିବାକୁ ଯାଉଛି ପ୍ରଥମ ହାଇଡ୍ରୋଜେନ ଟ୍ରେନ । ଆସନ୍ତା ବର୍ଷ ସୁଦ୍ଧା ଦେଶରେ ଗଡ଼ିବ ହାଇଡ୍ରୋଜନ ଗ୍ୟାସ । ସେଥିପାଇଁ  ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଟେଷ୍ଟିଂ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଜିରୋ କାର୍ବନ ଲକ୍ଷ୍ୟ ନେଇ ହାଇଡ୍ରୋଜେନ ଟ୍ରେନର ଶୁଭାରମ୍ଭ କରିବାକୁ ଯାଉଛି ଭାରତୀୟ ରେଳବାଇ ।

ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ 2024-25 ଆର୍ଥିକ ବର୍ଷରେ ଆରମ୍ଭ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଟ୍ରେନର ପରୀକ୍ଷଣ ଆରମ୍ଭ ହୋଇଯିବ । ପ୍ରଥମେ ପରୀକ୍ଷା ମୂଳକ ଭାବେ ଏହି ଟ୍ରେନ ଦିଲ୍ଲୀ ଡିଭିଜନର ଜିନ୍ଦ-ସୋନିପତରେ ଗଡ଼ିବ । ହାଇଡ୍ରୋଜେନରେ ଚାଲିବାକୁ ଥିବା ଟ୍ରେନରେ ଏକ ଇନ୍ଧନ ସେଲ୍ ରହିଛି । ଯାହାକି ବାୟୁରୁ ଅମ୍ଳଜାନ ସହ ଛାତ ଉପରେ ଷ୍ଟୋର ହୋଇ ରହିଥିବା ଅମ୍ଳଜାନ ଗ୍ରହଣ କରେ । ଏହା ଦ୍ବାରା ଏକ ଇନ୍ଧନ ଉତ୍ପନ ହୋଇଥାଏ । ଆଉ ଏହି ପ୍ରକ୍ରିୟାରେ ଅଙ୍ଗରକାମ୍ଳ ନିର୍ଗତ ହୋଇନଥାଏ । ଇଲେକ୍ଟ୍ରିକ ଟ୍ରେନ ତୁଳନାରେ ଏହି ଟ୍ରେନ 10ଗୁଣା ଅଧିକ ଦୂର ଯାତ୍ରା କରିବା ପାଇଁ ସକ୍ଷମ । ଆଉ ଏହି ଟ୍ରେନ ପାଇଁ ଅଲଗା ବ୍ୟବସ୍ଥା କରିବାର ଆବଶ୍ୟକତା ନାହିଁ । ଅନ୍ୟ ଇନ୍ଧନ ଅପେକ୍ଷା ଏହି ଟ୍ରେନର ଇନ୍ଧନ ଖର୍ଚ୍ଚ କମ୍ ରହିବ ।

Advertisement

Leave a Reply

Your email address will not be published. Required fields are marked *