Pratidin TV

Odisha's Digital News Platform

ରାଜସ୍ଥାନରେ ଭୁଶୁଡିଲା ଘରର କାନ୍ଥ, ଦୁଇ ପିଲାଙ୍କ ସମେତ ୩ ଜଣଙ୍କ ଜୀବନ ଚାଲିଗଲା 

1 min read

ରାତିରେ ସୋଇଥିବା ବେଳେ ଭୁଶୁଡି ପଡିଲା ଘରର କାନ୍ଥ | ଚାଲିଗଲା ୩ ଜଣଙ୍କର ଜୀବନ | ଏଭଳି ଘଟଣା ଘଟିଛି ରାଜସ୍ଥାନର ବିକାନିର ଜିଲ୍ଲାରେ | ଗତକାଲି ଘରର କାନ୍ଥ ଭୁଶୁଡିବା କାରାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି |ତେବେ ମୃତକମାନେ ହେଉଛନ୍ତି ସରିଫ ଖାନ, ତାଙ୍କ ପୁରା ନିଦାନ ଖାନ, ଦୌହୁତି ସ୍ମୁସାଦ | ବିକାନିର ପୋଲିସ କହିଛନ୍ତି, ହସ୍ପିଟାଲରେ ଚିକିତ୍ସିତ ସମୟରେ ସରିଫଙ୍କର ମୃତ୍ୟୁ ଘଟିଥିବା ବେଳେ ଉଭୟ ଶିଶୁଙ୍କର ଘଟଣାସ୍ଥଳରେ ପ୍ରାଣ ଚାଲିଯାଇଥିଲା |

ତେବେ ପ୍ରାଥମିକ ଅନୁସନ୍ଧାରୁ ଯାହା ଜଣାପଡୁଛି ଯେ ୨ ଦିନ ପୂର୍ବେ ପ୍ରବଳ ବର୍ଷା ହେତୁ ଘରର କାନ୍ଥ ଦୁର୍ବଳ ହୋଇପଡ଼ିଥିଲା ଫଳରେ ଗତକାଲି ସମସ୍ତେ ଶୋଇଥିବା ବେଳେ ପରିବାର ଉପରେ ଗଳିପଡିଥିଲା ଘରର କାନ୍ଥ | ୨ ପୁଅ ଶୋଇଥିବା ବେଳେ ହଠାତ କାନ୍ଥ ଭୁଶୁଡି ପଡିଥିଲା ଏହାକୁ ଦେଖି ଛୁଆଙ୍କୁ ବଞ୍ଚାଇବାକୁ ଯାଇ ବାପାଙ୍କ ଉପରେ ମଧ୍ୟ ପଡିଯାଇଥିଲା କାନ୍ଥ | ତେବେ ପୋଷ୍ଟମର୍ଟମ ପରେ ଉଭୟ ଶିଶୁଙ୍କ ମୃତଦେହ ସମ୍ପର୍କୀୟଙ୍କୁ ସ୍ଥାନାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି | ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରୁଥିବା ବେଳେ ଅଧିକ ଛାନଭିନ କରୁଛି |

Advertisement

Leave a Reply

Your email address will not be published. Required fields are marked *