Pratidin TV

Odisha's Digital News Platform

ବଢିଲା  ହରଭଙ୍ଗୀ ନଦୀରେ ଜଳସ୍ତର, ବାହ୍ୟ ଜଗତରୁ ବିଛିନ୍ନ ହେଲା ୩ ଗାଁ ।

ଗଜପତି ; ଗଜପତି ଜିଲ୍ଲା ମୋହନା ବ୍ଳକ ଦୁର୍ଗମ ଅଞ୍ଚଳରେ ବାସବାସ କରୁଥିବା ଗରଡ଼ମା ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ଥିବା ଗାଁ ମାଥାକୁପା, ଲିମ୍ୱବାଡ଼ , ନାକେଜୁ ଭଳୀ ତିନୋଟି ଗାଁ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।  ଆଜି ଅପରାହ୍ନ ରେ ହଠାତ ହରଭଙ୍ଗୀ ନଦୀରେ ଜଳ ସ୍ତର ବଢ଼ି ଯାଇଥିଲା ଯାହା ଫଳରେ ଲୋକେ ନିଜେ କିଭଳି ଭାବରେ ନିଜ ବାଇକ୍ ବିପଦ ସଙ୍କୁଳ ଅବସ୍ଥାରେ ନେଉଛନ୍ତି ତାହା ଦୟନୀୟ।

ଏହି ତିନୋଟି ଗାଁ ପାଇଁ ବାଧକ ସାଜିଛି ହରଭଙ୍ଗୀ ନଦୀ। ଯଦି ନଦୀରେ ଜଳସ୍ତର ବଢିଯାଏ ତା ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତିନୋଟି ଗାଁ ର ଲୋକେ। ଭଲ ରାସ୍ତା ଖଣ୍ଡେ ନଥିବା ହେତୁ ଗରଡମା ପଞ୍ଚାୟତ ରୁ ଖାଉଟି ସାମଗ୍ରୀ ନ ନେଇ ମାଣ୍ଡିମାରା ପଞ୍ଚାୟତ ରୁ ନେଉଛନ୍ତି ଗ୍ରାମବାସୀ।

ବାରମ୍ଵାର ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଛନ୍ତି ଗ୍ରାମବାସୀ କିନ୍ତୁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି ।ଏନେଇ ପୂର୍ବରୁ ଆମେ ପ୍ରତିଦିନ ଟିଭି ରେ ଖବର ପ୍ରସାରଣ କରିଥିଲୁ। କିନ୍ତୁ ଆଜି ପର‌୍ୟ୍ୟନ୍ତ ସମସ୍ୟା ର ସମାଧାନ ହୋଇ ପାରିନାହିଁ।

Leave a Reply

Your email address will not be published. Required fields are marked *