Pratidin TV

Odisha's Digital News Platform

ବାହାରେ ରହୁଥିଲେ ସ୍ୱାମୀ , ଭଡା ଘରୁ ମିଳିଲା ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ ।

ଭଦ୍ରକ ; ଶେଷ ଥର ପାଇଁ ହ୍ୱାଟ୍ସଆପ୍ରେ କଥା ହୋଇଥିଲେ, ୧୪ ଦିନ ପରେ ଘରୁ ମିଳିଲା ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ । ମୃତକ ମହିଳା ହେଉଛନ୍ତି ମଧୁସ୍ମିତା ନାୟକ , ସ୍ବାମୀ ମହୋଶ୍ବର ନାୟକ, ଘର ତିହିଡି ଥାନା ଅଧୀନ ଗୋଳାପୋଖରୀ ରେ ଅଟେ । ସୂଚନା ଅନୁଯାୟୀ ସ୍ବାମୀ ମହୋଶ୍ବର ନାୟକ ମୁମ୍ବାଇ ରେ ରହି ଚାକିରୀ କରିଥିବା ବେଳେ ସ୍ତ୍ରୀ ମଧୁମିତା ଅପାର୍ତ୍ତିବିନ୍ଧା ନ୍ୟୁ କଲୋନୀ ରେ ୬ ମାସ ହେବ ଭଡା ଘରେ ରହୁଥିଲେ ।

ସ୍ବାମୀ ବିଗତ ୧୪ ଦିନ ହେବ ସ୍ତ୍ରୀ କୁ ଫୋନ କରିବାରୁ ସ୍ତ୍ରୀ ମଧୁସ୍ମିତା ସ୍ବାମୀ ଙ୍କ ଫୋନ ଉଠାଉ ନଥିଲେ । ତେଵେ ସନ୍ଧେହ ହେବାରୁ ସ୍ୱାମୀ ଆସି ପୋଲିସ, ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ କବାଟ ଭାଙ୍ଗି ସ୍ତ୍ରୀ ମଧୁ୍‌ସ୍ମିତାଙ୍କ ମୃତଦେହ ଦେଖି ହତବାକ୍ ହୋଇପଡ଼ିଥିଲେ ।

ତେବେ ପୋଲିସ ମଧୁସ୍ମିତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିବା ସହ ଏକ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ଆଣି ଅଧିକ ତଦନ୍ତ କରୁଛି। ମଧୁସ୍ମିତାଙ୍କ ଗୋଟେ ପୁଅ ପୁନେ ରେ ରହି ପାଠ ପଢ଼ୁଥୁବା ସୂଚନା ମିଳିଛି। ତେବେ ମୃତ୍ୟୁ କି ହତ୍ୟା ଅଧିକ ତଦନ୍ତ ପରେ ଜଣା ପଡିବ ବୋଲି କହିଛି ପୋଲିସ

Leave a Reply

Your email address will not be published. Required fields are marked *