Pratidin TV

Odisha's Digital News Platform

ବ୍ରିଜ୍ ଉପରେ ସ୍କୁଟି ରଖି ଖରସ୍ରୋତା ନଦୀକୁ ଡେଇଁପଡିଲେ ମହିଳା ।

ଯାଜପୁର ; ପୁଣି ନଦୀକୁ ଡେଇଁ ମହିଳା ନିଖୋଜ । ଯାଜପୁର ଖରସ୍ରୋତା ନଦୀ ବ୍ରିଜ ଉପରୁ ନଦୀ କୁ ଡେଇଁ ଆଜି ଜଣେ ମହିଳା ନିଖୋଜ ଥିବା ସୂଚନା ମିଳିଛି । ମହିଳାଜଣକ କୁଆଖିଆ ଥାନା ଅନ୍ତର୍ଗତ ମଧୁବନ କୃଷ୍ଣପଡା ଅଞ୍ଚଳର ମନ୍ଦାକିନୀ ସାମଲ ବୋଲି ଜଣାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମହିଳାଜଣକ ସକାଳ ପ୍ରାୟ ୬ଟା ୩୦ ବେଳେ ସ୍କୁଟିରେ ବ୍ରିଜ ଉପରେ ପହଞ୍ଚିଥିଲେ। ବ୍ରିଜ ଉପରେ ନିଜର ସ୍କୁଟି ଜୋତା ,ମୋବାଇଲ୍ ଫୋନ୍ ଥୋଇ ଭରା ନଦୀ କୁ ଡେଇଁ ପଡ଼ି ଥିଲେ । ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ନିଖୋଜ ମନ୍ଦାକିନୀ ସାମଲ ରସୁଲପୁର ବ୍ଲକର ଅଙ୍ଗନାୱାଡିରେ କାମ କରନ୍ତି। ପାରିବାରିକ କଳହ ପାଇଁ ଏକାକୀ ଭଡାରେ ରହୁଥିଲେ। ହେଲେ ହଠାତ୍ ଏଭଳି ଚରମ ନିଷ୍ପତି ନେବା ପଛରେ କଣ କାରଣ ରହିଥାଇ ପାରେ ତାହା ସ୍ପଷ୍ଟ ହୋଇ ପାରିନି।

Leave a Reply

Your email address will not be published. Required fields are marked *