Pratidin TV

Odisha's Digital News Platform

ମରିଗଲା ମଣିଷ ପଣିଆ , କୁକୁର ଉପରକୁ ଫୁଟନ୍ତା ଗରମ ପାଣି ଫିଙ୍ଗିଲେ ମହିଳା ।

1 min read

କଟକ : ହଜି ଯାଉଛି ମଣିଷ ପଣିଆ । ମଣିଷ ପାଲଟି ଯାଉଛି ନିଷ୍ଠୁର । ପଶୁ ଙ୍କ ଉପରେ ଫୋପାଡୁଛି ଫୁଟନ୍ତା ଗରମ ପାଣି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ନୂଆପଡ଼ା ବାଲିସାହି ଅଞ୍ଚଳରେ । ରକି ଓ ତାର ୬ ଟି ନବଜାତ ଛୁଆ ଉପରେ ଢାଳିଦେଲେ ଫୁଟନ୍ତା ଗରମ ପାଣି । କଟକ ବାଲିସାହି ର ମାମି ସିହ୍ନାଙ୍କ ପୋଷା କୁକୁର ରକି ଓ ତାର ୬ଟି ନବଜାତ ଛୁଆ ଉପରେ ଫୁଟନ୍ତା ଗରମ ପାଣି ଢାଳି ଦେଇଛନ୍ତି ମାମିଙ୍କ ପଡୋଶୀ ସୁହାନା ।

ଏନେଇ ମାମି କଟକ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି । ମାମି ଏ କଥା ତାଙ୍କ ପଡୋଶୀ ସୁହାନା ଙ୍କୁ ପଚାରିବାରୁ ତାଙ୍କୁ ଗାଳି ଗୁଳଜ କରିବା ସହ ମାଡ଼ ମାରିଥିବା ଥାନାରେ ଅଭିଯୋଗ କରିଛନ୍ତି ମାମି ।

Advertisement

କୁକୁର ଓ ତାର ଛୁଆ ମାମି ଙ୍କ ପଡୋଶୀ ସୁହାନା ଙ୍କ ଘର ସମ୍ମୁଖରେ ଶୋଇବା ଓ କୁକୁର ର ଗନ୍ଧ ଆସୁଥିବାରୁ କୁକୁର ଉପରେ ଗରମ ପାଣି ଢାଳି ଦେଇଥିବା କଥା କହିଛନ୍ତି ମାମି ଙ୍କ ପଡୋଶୀ ସୁହାନା । ମଧୁପାଟଣା ଥାନାରେ ଅଭିଯୋଗ ପରେ ଘଟଣା ର ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *