Pratidin TV

Odisha's Digital News Platform

ଐତିହାସିକ ମ୍ୟାଚ୍ ଦେଖିବ ବିଶ୍ୱ , ଗୋଟିଏ ଟିମ୍‌ରେ ଖେଳିବେ ଭାରତ-ପାକିସ୍ତାନ ।

1 min read

ବିଶ୍ୱ ଦେଖିବ ଐତିହାସିକ ମ୍ୟାଚ୍ । ଗୋଟିଏ ଦଳରେ ନଜର ଆସିବେ ଭାରତ-ପାକିସ୍ତାନ । ଦୀର୍ଘ ଦୁଇ ଦଶନ୍ଧି ପରେ ଆଫ୍ରିକାନ ଏକାଦଶ ଓ ଏସିଆ ଏକାଦଶ ମଧ୍ୟରେ ଖେଳା ଯାଉଥିବା ସିରିଜ୍ ଖୁବଶୀଘ୍ର ଆରମ୍ଭ ହେବ।

ଏନେଇ ଆଫ୍ରିକା କ୍ରିକେଟ ଆସୋସିଏସନ(ଏସିଏ) ସୂଚନା ଦେଇଛି । ତେବେ ସିରିଜରେ ତାରିଖ ଏଯାଏ ଚୂଡ଼ାନ୍ତ ହୋଇନାହିଁ। ଯଦି ଆଫ୍ରୋ-ଏସିଆ କପ ଖେଳାଯିବ, ତା’ହେଲେ ଭାରତ ଓ ପାକିସ୍ତାନର ବଛାବଛା ଖେଳାଳିମାନେ ଗୋଟିଏ ଟିମରେ ଖେଳିବେ। ଏହାବାଦ ଶ୍ରୀଲଙ୍କା, ଆଫଗାନିସ୍ତାନ, ୟୁଏଇ ଭଳି ଏସିଆ ମହାଦେଶର ଖେଳାଳିଙ୍କୁ ମଧ୍ୟ ଏସିଆ ଏକାଦଶରେ ସୁଯୋଗ ମିଳିପାରେ।

Advertisement

ଏହି ସିରିଜର ପ୍ରଥମ ସଂସ୍କରଣ ୨୦୦୫ରେ ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିଲା। ୨୦୦୭ରେ ଭାରତ ଏହାର ଆୟୋଜନ କରିଥିଲା। ୨୦୦୯ରେ କେନିୟା ସିରିଜର ତୃତୀୟ ସଂସ୍କରଣର ହୋଷ୍ଟିଂ ଦାୟିତ୍ୱ ପାଇଥିଲା। କିନ୍ତୁ ବିଭିନ୍ନ କାରଣ ପାଇଁ ଏହା ଆୟୋଜନ ହୋଇପାରି ନଥିଲା।

Leave a Reply

Your email address will not be published. Required fields are marked *