Pratidin TV

Odisha's Digital News Platform

ଶୋଇଥିଲେ ପୂଜକ –ମଣ୍ଡପ ସଦସ୍ୟ , ଭକ୍ତ ବେଶରେ ଆଶି ମା’ଙ୍କ ଗହଣା ଲୁଟିନେଲେ ଦୁର୍ବୃତ୍ତ ।

1 min read

କୋରେଇ ; ଶେଷରେ ମା ଙ୍କୁ ବି ଛାଡିଲେନ ଚୋର । ଲୁଟିନେଲେ ମାଙ୍କ ସୁନା /ରୂପା ଅଳଙ୍କାର । ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ଥାନା ବରୁଣ୍ଡେଇ ସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରେ ଘଟିଛି । ଗତକାଲି ବିଳମ୍ବିତ ରାତିରେ ମା’ ଙ୍କ ସୁନା/ରୁପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ।

ଖବରପାଇ କୋରେଇ ପୋଲିସ ଘଟଣାସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରୁଛି। ସୂଚନାଯୋଗ୍ୟ ଗତକାଲି ରାତିରେ ଭୋଜିଭାତ ସରିବା ପରେ କମିଟି ର ସଦସ୍ୟ ଓ ପୂଜକ ମନ୍ଦିର ଭିତରେ ଶୋଇଥିଲେ। ହଠାତ ରାତି ୨ଟା ବେଳେ ମନ୍ଦିର ମୁଖ୍ୟ ଦ୍ୱାର ଖୋଲାଥିବା ଦେଖି ଅନ୍ୟ ମେମ୍ବର ଙ୍କୁ ଫୋନ ଯୋଗେ ଜଣାଇଥିଲେ। ପରେ ସମସ୍ତେ ଆସି ଦେଖନ୍ତି ତ ମା ଙ୍କର ସମସ୍ତ ସୁନା ରୁପା ଅଳଙ୍କାର ଲୁଟି ହୋଇଯାଇଛି।

Advertisement

ତେବେ ଏହି ଘଟଣାରେ କୋରାଇ ପୋଲିସ ପୂଜକ ଓ ଶୋଇଥିବା କମିଟି ସଦସ୍ୟ ଙ୍କୁ ତଦନ୍ତ ପାଇଁ ଥାନା କୁ ନେଇଥିବା କମିଟି ପକ୍ଷରୁ ସୂଚନା ମିଳିଛି। ମା ଙ୍କ ର ହାର, ମୁକୁଟ ତ୍ରିଶୂଳ, କାନଫୁଲ,ନାକଫୁଲ ଇତ୍ୟାଦି ସୁନାରୁପା ଗହଣା ପାଖାପାଖି ୧୫ ଲକ୍ଷ ଟଙ୍କା ର ଗହଣା ଲୁଟ ହୋଇଥିବା କୋରେଇ ଥାନା ରେ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *