Pratidin TV

Odisha's Digital News Platform

୨୪ ଘଣ୍ଟା ପରେ ମିଳିଲା ବିମାନର ଧ୍ୱଂସାବଶେଷ…. ଦୁର୍ଘଟଣାରେ ମାଲାଓ୍ବିର ଉପରାଷ୍ଟ୍ରପତିଙ୍କ ଘଟିଛି ମୃତ୍ୟୁ

1 min read

ବିମାନରେ ଯାତ୍ରା କରୁଥିଲେ ଉପରାଷ୍ଟ୍ରପତି | ହେଲେ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିଲା ବିମାନ | ଦୀର୍ଘ ୨୪ ଘଣ୍ଟା ପଯ୍ୟନ୍ତ ମିଳିପାରିନଥିଲା ଉପରାଷ୍ଟ୍ରପତିଙ୍କ ପତ୍ତା | ତେବେ ପୂର୍ବ ଆଫ୍ରିକାର ମଲାୱୀ ଉପରାଷ୍ଟ୍ରପତିଙ୍କ ବିମାନ ହଠାତ ନିଖୋଜ ହୋଇଯାଇଥିଲା | ହେଲକେପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀ ସହ ବହୁ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଆଫ୍ରିକାର ମଲାୱୀ ଉପରାଷ୍ଟ୍ରପତିଙ୍କ ମୃତ୍ୟୁ ଖବର ଆସିଛି |

ଚିଲିମା ପ୍ରତିରକ୍ଷା ବିଭାଗର ଏକ ବିମାନରେ ଗତକାଲି ପୂର୍ବାହ୍ନ ୯ଟା୧୭ରେ ରାଜଧାନୀ ଲିଲଙ୍ଗୱେ ଏୟାରପୋର୍ଟରୁ ମୁଜୁଜ ଅଭିମୁଖେ ଯାଉଥିଲେ। ତାଙ୍କ ସହ ଉକ୍ତ ବିମାନରେ ଆଉ ୯ ଜଣ ବି ଥିଲେ। ମାତ୍ର ଖରାପ ପାଗ ଯୋଗୁ ବିମାନଟି ଲ୍ୟାଣ୍ଡ କରି ପାରି ନ ଥିବା ବେଳେ ତାହାକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର କିଛି ସମୟ ପରେ ବିମାନଟି ରାଡାରରୁ ଗାଏବ ହୋଇ ଯାଇଥିଲା। ବିମାନ ଅଧିକାରୀଙ୍କ ଦ୍ୱାରା ଏଥିନିମନ୍ତେ ବହୁ ପ୍ରଚେଷ୍ଟା କରାଯିବା ସତ୍ତ୍ୱେ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା।

Advertisement

ଏହାପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା | ସର୍ଚ୍ଚ ଅପରେସନରେ ପୂର୍ବ ଆଫ୍ରିକୀୟ ଦେଶ ମଲାୱିର ଉପରାଷ୍ଟ୍ରପତି ସୌଲୌସ କ୍ଲସ୍‌ ଚିଲିମାଙ୍କ ମୃତ୍ୟୁ ଘଟିଛି | ୨୪ ଘଣ୍ଟିଆ ସର୍ଚ୍ଚ ଅପରେସନ ପରେ ଉପରାଷ୍ଟ୍ରପତିଙ୍କ ବିମାନର ଧ୍ବଂସବଶେଷ କରାଯାଇଛି | ଏହି ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *