ହୋଣ୍ଡା ସିଭିକ କାରକୁ କେବଳ ୧୨ ଲକ୍ଷରେ ଲମ୍ବୋରଗିନି କରିଦେଲା ୟୁଟ୍ୟୁବର
1 min readଯୁଗାଡ଼ ହେଉଛି ଏକ ଶବ୍ଦ ଯାହାକୁ ଆମେ ସୀମିତ ଉତ୍ସ ବ୍ୟବହାର କରି ଏକ ସମସ୍ୟାର ସୃଜନଶୀଳ ଏବଂ ଅଭିନବ ସମାଧାନ ବିଷୟରେ ଆଲୋଚନା କରିବା ପାଇଁ ଭାରତରେ ବ୍ୟବହାର କରିଥାଉ | ଏହି ଶବ୍ଦଟି ସର୍ବଦା ସମାଧାନର ଅର୍ଥରେ ବ୍ୟବହୃତ ହୁଏ ନାହିଁ, କିନ୍ତୁ ବେଳେବେଳେ ଏପରି ସମାଧାନ ଆସେ ଯାହା ନୂତନତ୍ୱ ବର୍ଗରେ ପଡ଼େ | ଜଣେ ଭାରତୀୟ ୟୁଟ୍ୟୁବର୍ ତନା ଧାୱାଲ୍ ଏକ ହୋଣ୍ଡା ସିଭିକ୍କୁ ଭବିଷ୍ୟତର ଲମ୍ବୋର୍ଗିନି ଟେର୍ଜୋ ମିଲେନିଓ କନ୍ସେପ୍ଟ କାରରେ ପରିଣତ କରିଛନ୍ତି ଏବଂ ଏହି ସବୁ କରିବାର ମୂଲ୍ୟ ମାତ୍ର ୧୨.୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି |
ଯୁବକ ଜଣକ ହେଉଛନ୍ତି ଜଣେ ୟୁଟ୍ୟୁବର। ତାଙ୍କ ନାମ ଟାନା ଧାୱଲ। ଏକ ପୁରୁଣା ହୋଣ୍ଡା ସିଭିକ କାର୍କୁ ସେ ଫ୍ୟୁଚର ଲମ୍ବୋରଗିନି ଟେର୍ଜୋ ମିଲେନିଓ କନସେପ୍ଟ କାରରେ ପରିଣତ କରିଛନ୍ତି। ଏହି କାର୍ଟି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ସୋସିଆଲ ମିଡିଆରେ ଅନେକ ଲୋକ ଧାୱଲଙ୍କ କାର୍ଯ୍ୟକୁ ଢେର ପ୍ରଶଂସା କରିଛନ୍ତି।
ଭିଡିଓଟିରେ ଧୱାଲ ଏବଂ ତାଙ୍କ ଟିମ୍ ଲମ୍ବୋରଗିନି କନ୍ସେପ୍ଟ କାର ତିଆରି ପାଇଁ ପ୍ରଥମେ ଏକ ହୋଣ୍ଡା ସିଭିକ୍ କାରର କିଛି ଅଂଶ ଯୋଗାଡ଼ କରିଥିଲେ, ଯେପରି କି କ୍ୟାବିନ, ଇଞ୍ଜିନ। ଏହାପରେ ସେ ଫାଇବର ଗ୍ଲାସରେ ତିଆରି କରିଥିଲେ ଲମ୍ବୋରଗିରି ଟେର୍ଜୋ ମିଲେନିଓ ଭଳି ଅବିକଳ ଦିଶୁଥିବା କାର୍ର ବଡିକୁ ଇଞ୍ଜିନ ଓ କ୍ୟାବିନ୍ ସହିତ ଫିଟ୍ କରିଥିଲେ। ଅନ୍ୟ ଗାଡ଼ିରୁ ବି ସେମାନେ କିଛି ଯନ୍ତ୍ରପାତି ବ୍ୟବହାର କରିଥିଲେ। ଯେପରି କି ହ୍ୟୁଣ୍ଡାଇ ସାଣ୍ଟ୍ରୋ କାର୍ରୁ ଇନ୍ଧନ ଟାଙ୍କି, ମାରୁତି ସୁଜୁକି ଅଲ୍ଟୋରୁ ସସ୍ପେନ୍ସନ ସିଷ୍ଟମ ଆଣି ତାଙ୍କ ନିଜ ମଡେଲରେ ଖଞ୍ଜିଥିଲେ। ଏପରି କି ବେନେଲି ୬୦୦ଆଇ ମୋଟରସାଇକେଲର ଇଗ୍ଜଷ୍ଟ ସିଷ୍ଟିମ ଆଣି ଖଞ୍ଜିଛନ୍ତି।