ଟିଲ ଡ୍ରିଙ୍କ ନ ଦେବାରୁ….କୁରାଢ଼ିରେ ହାଣିଲେ ଯୁବକ
1 min readରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଦୁନ୍ଦୁଲି ପଞ୍ଚାୟତ ପାତ୍ରପୁଟ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ୨୭ ବର୍ଷୀୟ ମଦ୍ୟପ ସୁଦେସ ପିରିସିକା ବୟସ ଙ୍କ କୁରାଡି ଚୋଟରେ ସେହି ଗାଁ ର ରାସନ୍ ଦୋକାନୀ 40 ବର୍ଷୀୟ ବୁର୍ଶା ପେଦେଣ୍ଟିଙ୍କ ମୃତ୍ୟୁ ଘଟିଛି ।
ସୂଚନା ମୁତାବକ ଟାଂହି ଟାଂହି ଖରା ୧୨ଟା ସମୟରେ ଦୋକାନୀ ବୁର୍ଶା ପେଦେଣ୍ଟିଙ୍କୁ ଯୁବକ ଜଣକ ଯାଇ ଗୋଟିଏ ଟିଲ ଡ୍ରିଙ୍କ ମାଗିଥିଲେ | ପରେ ସେ ନ ଦେବାରୁ ତାଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା | ପରେ ମଦ୍ୟପ ଯୁବକ ସୁଦେସ ରାଗି ଯାଇ ସେହି ଦୋକାନରେ ଥିବା କୁରାଡିରେ ହାଣିବା ପାଇଁ ବୁର୍ଶାଙ୍କୁ ଗୁଡ଼ାଇ ଥିଲେ ସେ ଭୟଭିତ ହୋଇ ତାଙ୍କ ଘର ଭିତରକୁ ଦୌଡ଼ି ପଳେଇ ଯିବା ପାଇଁ ଚେଷ୍ଟା କରିବା ବେଳେ ମଦ୍ୟପ ଯୁବକ ଯାଇ କୁରଡି ରେ ୩ ଚାଟ ବେକରେ ହାଣି ପକାଇଥିଲେ | ଯାହା ଫଳରେ ଘଟଣାସ୍ଥଳରେ ହିଁ ଚାଲି ଯାଇଥିଲା ଜୀବନ | ଖରା ସମୟ ହୋଇ ଥିବାରୁ ଗାଁ ଲୋକେ ମଧ୍ୟ ପାଖ ଆଖ ରେ କେହି ଜାଣି ପାରି ନ ଥିଲେ | ପରେ ମୃତ୍ୟୁ ବୁର୍ଶାଙ୍କ ଆବାଜ ହେବାରୁ କିଛି ଲୋକେ ଦେଖିବା ପରେ ଯୁବକ ଜଣକ ପଳେଇ ବା ପାଇଁ ଚେଷ୍ଟା କରିଥିବା ବେଳେ ସମସ୍ତେ ମିଶି ଗୋଡ଼ ହାତକୁ ବାନ୍ଧି ରଖି ପୋଲିସକୁ ଫୋନ କରିଥିଲେ । କିଛି ସମୟ ପରେ ଘଟଣାସ୍ଥଳରେ ଚାନ୍ଦିଲି ଥାନ ଅଧିକାରୀ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।
ମୃତ୍ୟୁ ହୋଇଥିବା ବୁର୍ଶା ପେଦେଣ୍ଟିଙ୍କ ୨ଟି ପୁଅ, ଗୋଟିଏ ଝିଅ ରହିଥିବା ବେଳେ ଆକ୍ରମଣ କରିଥିବା ଅଭିଯୁକ୍ତ ସୁଦେସ ପିରିସିକାର ଛୋଟ ଛୋଟ ୩ଟି ଛୁଆ ଥିବା ଜଣାପଡ଼ିଛି | ବର୍ତ୍ତମାନ ଅଞ୍ଚଳରେ ୧0 ଟଙ୍କାର ଟିଲ ଡ୍ରିଙ୍କ ପାଇଁ ଦୁଇ ଦୁଇ ଟି ପରିବାର ଅନାଥ ହୋଇ ଗଲେ ବୋଲି ଚର୍ଚ୍ଚା ଜୋର ଧରିଛି।