ବେକ କଟି ଯୁବକ ଗୁରୁତର , ସ୍ଥାନୀୟ ଲୋକଙ୍କ ସହାୟତାରେ ହସ୍ପିଟାଲରେ ଭର୍ତ୍ତି …
1 min readବେକ କଟି ଯୁବକ ଗୁରୁତର । ବାଲେଶ୍ଵର ସଦରଥାନା ସିନ୍ଧିଆ ପଞ୍ଚାୟତ କେଶରପୁରର ଦୁର୍ଗାଚରଣ ଜେନାଙ୍କ ବେକ କଟି ଯିବା ଯୋଗୁ ସେ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ । ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ସୂଚନା ଅନୁସାରେ ଦୁର୍ଗାଚରଣ ଅପରାହ୍ନ ସମୟରେ ଗାଁ ପଡିଆରେ ବସିଥିଲେ। ହେଲେ କିଛି ସମୟ ପରେ ସେ ଅଚେତ ହୋଇ ପଡିଥିଲେ। ତାଙ୍କ ବେକରେ ଗଭୀର ଆଘାତ ଲାଗିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ହେଲେ କେଉଁ କାରଣ ଯୋଗୁ ଓ କେମତି ଦୁର୍ଗାଚରଣର ବେକ କଟିଲା ତାହା ଅସ୍ପଷ୍ଟ ରହିଛି।