Pratidin TV

Odisha's Digital News Platform

ସିସିଟିଭିରେ କଏଦ୍ ହେଲା ଯୁବକଙ୍କ ଉନ୍ମତ୍ତକାଣ୍ଡ , ମଦନିଶାରେ ଭାଙ୍ଗିଲେ କାର୍ କାଚ ତ।ଡିଲେ କବାଟ

ବଲାଙ୍ଗୀର ; ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ବଲାଙ୍ଗୀର ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପଡ଼ା ବାସୀ। ଅଭିଯୋଗ କରିଛନ୍ତି ଟାଉନ୍ ଥାନାରେ ଗତକାଲି ଅପରାହ୍ନ ସମୟରେ ବେହେରାପାଲିର ଆଦିତ୍ୟ ସୁନା, ଅମନ ନାଗ ଏବଂ ଅନ୍ୟ ଚାରି ପାଞ୍ଚ ଜଣ ନିଶାସକ୍ତ ଯୁବକ ମିଳିତ ଭାବେ ତାଙ୍କ ଘରକୁ ଆସି ବିନା କାରଣରେ କାର୍ ସହ ଚାରି ପାଞ୍ଚଟି ମୋଟର ସାଇକେଲ, ଘରର ପାଣି ପାଇପ୍ ଭାଙ୍ଗିବା ସହ ପଡ଼ାର ଆଉ କିଛି ଲୋକଙ୍କ ଘରର ଗେଟ୍, କବାଟ, ଝରକା ଭାଙ୍ଗିବା ସହ ଘର ସାମ୍ନାରେ ମଦ ବୋତଲ ଭାଙ୍ଗି ଧମକ୍ ଚମକ୍ ଦେଇଛନ୍ତି ।

ଯିଏ ଆମ ପାଖକୁ ଆସିବ ତାକୁ ଭଂଗା ବୋତଲରେ ଭୁସି ମାରିଦେବୁ ବୋଲି ଭୟଭୀତ କରିଥିବା ଅଭିଯୋଗ କରିଛନ୍ତି । ପଡେ଼ାଶୀ ଲୁନା ଦାଶ ସେମାନଙ୍କୁ ମନା କରିବାରୁ ନିଶାସକ୍ତ ଯୁବକମାନେ ତାଙ୍କୁ ମାର୍ପିଟ୍ କରିବା ସହ ତାଙ୍କ ବେକରୁ ସୁନା ଚେନ୍ ଟାଣି ନେଇଛନ୍ତି ।

ଯୁବକ ମାନଙ୍କ ଉନ୍ମତ୍ତ କାଣ୍ଡ ସବୁ ସି ସି ଟିଭି ରେ କଏଦ ହୋଇ ଥିବା ମଧ୍ୟ ଦେଖାଇ ଛନ୍ତି କ୍ଷ ଏହି ଘଟଣାର ଉଚିତ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ପଡ଼ାବାସୀ ବଲାଙ୍ଗିର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *