Pratidin TV

Odisha's Digital News Platform

ମା’ ସନ୍ଧ୍ୟାରାଣୀଙ୍କ ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ସାନ ପୁଅ

1 min read

ମା ଙ୍କ ପାଇଁ ପ୍ରଚାର ମଇଦାନରେ ଦେଉଛନ୍ତି ରଣହୁଙ୍କାର | କୋରାଇ ବିଜେଡି ବିଧାୟିକା ପାର୍ଥୀନି ସନ୍ଧ୍ୟାରାଣୀ ଦାସଙ୍କ ସାନ ପୁଅ ଭାବପ୍ରସାଦ ଏବେ ପ୍ରଚାର ମଇଦାନରେ ଓହ୍ଲାଇ ମାଙ୍କୁ ବିପୁଳ ପରିମାଣରେ ସମର୍ଥନ ଦେବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି |

ଯାଜପୁର ଜିଲ୍ଲା କୋରେଇ ନିର୍ବାଚନମଣ୍ଡଳୀ ନରସିଂହପୁର ଗ୍ରାମ ପଞ୍ଚାୟତର ଖେଳ ପଡିଆରେ ବିଜୁ ଜନତା ଦଳ ପକ୍ଷରୁ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି | ଯେଉଁଠାରେ ହଜାର ହଜାର ମହିଳା ଯୋଗଦେଇଥିଲେ | ଏବଂ କୋରେଇ ନିର୍ବାଚନମଣ୍ଡଳୀରେ ସନ୍ଧ୍ୟାରାଣୀ ଦାସ ବିଜୁ ଜନତା ପାର୍ଟିର ପାର୍ଥୀ ହେବା ପରେ ନିର୍ବାଚନମଣ୍ଡଳୀରେ ତାଙ୍କର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି | ତେବେ କୋରେଇ ବିଧାନସଭା ପାର୍ଥୀନି ସଂଧ୍ୟାରାଣୀ ଦାସ ଓ ସାଂସଦ ପାର୍ଥିନି ଶର୍ମିଷ୍ଠା ସେଠିଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେବାକୁ ଜନତାଙ୍କୁ ଭାବପ୍ରସାଦଙ୍କ ସହ ସ୍ଥାନୀୟ ନେତା ମାନେ ନିବେଦନ କରିଥିଲେ |

Advertisement

Leave a Reply

Your email address will not be published. Required fields are marked *