Pratidin TV

Odisha's Digital News Platform

ଦେଢ ଲକ୍ଷରୁ ଅଧିକ ଭୋଟରେ ଜିତିଥିବା ଦେଶର ସର୍ବ କନିଷ୍ଠ ସାଂସଦ

1 min read

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ବାହାରି ସାରିଛି । ଜନସାଧାରଣଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ଏବେ ସାମ୍ନାକୁ ଆସିଛି। ବିରୋଧୀ ମେଣ୍ଟ ଇଣ୍ଡିଆ ଏଥର ବେଶ୍‌ ଭଲ ପ୍ରଦର୍ଶନ କରିଛି । ଏହାରି ଭିତରେ ଜଣଙ୍କ ନାଁକୁ ନେଇ ଏବେ ସବୁଠି ଚର୍ଚ୍ଚା ହେବାରେ ଲାଗିଛି | ତେବେ ସେ ହେଉଛନ୍ତି ଶମ୍ଭାବୀ ଚୌଧୁରୀ।

LJP ପ୍ରାର୍ଥୀ ଶମ୍ଭାଭୀ ଚୌଧୁରୀ ସମସ୍ତିପୁର ସଂରକ୍ଷିତ ଲୋକସଭା ଆସନରେ ବିଜୟ ଲାଭ କରିଛନ୍ତି । ତେବେ ଶମ୍ଭାଭୀଙ୍କୁ ମାତ୍ର ଏବେ ୨୫ ବର୍ଷ। ଏହି ନିର୍ବାଚନରେ ​​ଶମ୍ବାଭୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନ୍ନି ହଜାରୀଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରି ଦେଶର ସର୍ବ କନିଷ୍ଠ ତଥା ପ୍ରଥମ ମହିଳା ସାଂସଦ ହୋଇପାରିଛନ୍ତି । ବିହାର ସମସ୍ତିପୁର ଆସନରୁ ଲୋକ ଜନଶକ୍ତି ପାର୍ଟି ଟିକେଟରୁ ବିଜୟୀ ହୋଇଛନ୍ତି ଶମ୍ଭାବୀ ଚୌଧୁରୀ । ଶମ୍ଭାବୀଙ୍କ ବାପା ଅଶୋକ ଚୌଧୁରୀ ନିତୀଶ କୁମାର ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଶମ୍ଭାବୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ସନ୍ନି ହଜାରିଙ୍କୁ ୧ଲକ୍ଷ ୮୭ ହଜାର ୨୫୧ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ଲାଭ କରିଛନ୍ତି ।

Advertisement

ଶମ୍ଭାବୀ ତାଙ୍କ ବିଜୟ ପାଇଁ ସମସ୍ତିପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ଆମେ ନିଶ୍ଚିତ ଭାବରେ ପ୍ରତିଶ୍ରୃତି ଦେବୁ ଯେ ସମସ୍ତିପୁରବାସୀ ସଠିକ୍ ନିଷ୍ପତ୍ତି ନେଇଛନ୍ତି ଏବଂ ଆମେ ସେମାନଙ୍କର ସମସ୍ତ ଆଶା ପୂରଣ କରିବାକୁ ଚେଷ୍ଟା କରିବୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ , ‘ଆମେ ବିଶ୍ବାସ କରୁ ଯେ ୫ ହଜାର ଭୋଟରେ ଜିତିବା ଯାହା ୧୦ ହଜାର ଭୋଟରେ ଜିତିବା ମଧ୍ୟ ତାହା, କିନ୍ତୁ ସମସ୍ତିପୁରର ଲୋକମାନେ ଆମକୁ ପାଖାପାଖି ୨ ଲକ୍ଷ ଭୋଟ ବ୍ୟବଧାନରେ ଜିତାଇଛନ୍ତି । ଏହା କେବଳ ନିର୍ବାଚନର ବିଜୟ ନୁହେଁ। ଆମେ ବିଶ୍ୱାସ କରୁଛୁ ଯେ ଲୋକମାନେ ଆମ ହୃଦୟରେ ଏକ ସ୍ଥାନ ତିଆରି କରିଛନ୍ତି । ’

ଶମ୍ଭାବୀ ଚୌଧୁରୀ କହିଛନ୍ତି ଯେ, ‘ ଯେତେବେଳେ ମୁଁ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଲି, ସେତେବେଳେ ସମସ୍ତିପୁରବାସୀଙ୍କୁ ମୋତେ ଝିଅ ଭାବରେ ଗ୍ରହଣ କରି ଆଶୀର୍ବାଦ କରିବାକୁ ନିବେଦନ କରିଥିଲି । ଆଜି ମୋତେ ସମଷ୍ଟିପୁରବାସୀ ଝିଅ ଭାବରେ ଗ୍ରହଣ କରିଛନ୍ତି । ସମସ୍ତିପୁରର ଲୋକମାନେ ମୋଦିଙ୍କ ନେତୃତ୍ୱରେ ବିଶ୍ୱାସ କରନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ମଧ୍ୟ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି । ବିହାରରେ ଆମ ଦଳର ଶତପ୍ରତିଶତ ଷ୍ଟ୍ରାଇକ୍ ହାରରେ ଜିତିଛି । ୫ଟି ସିଟ୍‌ ମଧ୍ୟରୁ ଆମେ ୫ଟି ଜିତିଛୁ । ଲୋକଙ୍କର ପୁରା ବିଶ୍ବାସ ଆମ ଉପରେ ରହିଛି । ’

Leave a Reply

Your email address will not be published. Required fields are marked *