Pratidin TV

Odisha's Digital News Platform

ନିଶା ନିବାରଣ କେନ୍ଦ୍ର ରେ ପିଟିପିଟି ମାରି ଦେଲେ ଯୁବକଙ୍କୁ, ପରିବାର ଲୋକେ ଆଣିଲେ ଅଭିଯୋଗ

1 min read

ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ରାଣୀଗୋଡା ଅଞ୍ଚଳରେ ମହାଦେବ ୪ ଟେବୁଲ ଟ୍ରଷ୍ଟ ମଦ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ | ପିଟିପିଟି ମାରି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ।

ସୂଚନା ଅନୁସାରେ, ସମଲ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମର ଗିରୀଶ ଚନ୍ଦ୍ର ମହାନ୍ତିଙ୍କ ପୁଅ ଦୀପ୍ତିଶ କୁମାର ମହାନ୍ତି (୩୩)ଙ୍କୁ କିଛି ଦିନ ତଳେ ରାଣୀଗୋଡା ଅଞ୍ଚଳରେ ଥିବା ମହାଦେବ ୪ଟେବୁଲ ଟ୍ରଷ୍ଟ ମଦ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ। ଆଜି ମହାଦେବ ୪ ଟେବୁଲ ଟ୍ରଷ୍ଟ ମଦ ନିଶା ନିବାରଣ କେନ୍ଦ୍ରରୁ ଦୀପ୍ତିଶଙ୍କ ବାପାଙ୍କୁ ଫୋନ କରି ଦୀପ୍ତିଶଙ୍କ ଦେହ ଅତ୍ୟନ୍ତ ଖରାପ ଅଛି, ଏବଂ ଅନୁଗୋଳ ଚିକିତ୍ସାଳୟକୁ ଶୀଘ୍ର ଆସିବାକୁ କହିଥିଲେ। ଦୀପ୍ତିଶଙ୍କ ପରିବାର ଚିକିତ୍ସାଳୟକୁ ଆସି ଦେଖିଲା ବେଳକୁ ଦୀପ୍ତିଶଙ୍କ ମୃତ ବୋଲି ଡାକ୍ତର ଘୋଷଣା କରିସାରିଥିଲେ। ଦୀପ୍ତିଶଙ୍କ ଶରୀରରେ କ୍ଷତ ଏବଂ ମାଡ ମାରି ଥିବା ଦାଗ ହୋଇଥିବାରୁ ଏ ଘଟଣା ଦେଖି ଅନୁଗୋଳ ଟାଉନ୍ ଥାନାରେ ଦୀପ୍ତିଶଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିବା ସହ ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବୀ କରିଥିଲେ। ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ଦୀପ୍ତିଶଙ୍କୁ ମାଡ ପାଇଁ ମୃତ୍ୟୁ ହୋଇଛି ନା ଅନ୍ୟ କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି।

Advertisement

Leave a Reply

Your email address will not be published. Required fields are marked *