Pratidin TV

Odisha's Digital News Platform

ଥାନାରେ ଆଇଆଇସିଙ୍କୁ ଏକୁଟିଆ ଦେଖି ଦୁର୍ବୃତ୍ତ ଘଟାଇଲେ କାଣ୍ଡ, ବ୍ଲେଡରେ କାଟି କରିଦେଲେ ଲହୁଲୁହାଣ

ମୟୁରଭଞ୍ଜ : ଥାନା ଅଧିକାରୀଙ୍କୁ ଥାନା ଭିତରେ ହେଲା ଆକ୍ରମଣ । ଚୋରୀ ଘଟଣାରେ ଅଟକ ଅଭିଯୁକ୍ତର ଥାନାରେ ଘଟାଇଲେ ଉନ୍ମତ୍ତ କାଣ୍ଡ । ଆଇଆଇସି ମିନି ଭୋଇଙ୍କୁ ଏକୁଟିଆ ଦେଖି ବ୍ଲେଡ଼ରେ ଆକ୍ରମଣ କରି ଲହୁ ଲୁହାଣ କଲା ଅଭିଯୁକ୍ତ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ । ଆଇଆଇସିଙ୍କୁ ଆହତ ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଶୋଇ ଶିବ ମନ୍ଦିର ଚୋରି ହୋଇଥିବା ଘଟଣାର ପଚରା ଉଚରା ପାଇଁ ବିଶୋଇ ଗାଁର ସୁଶାନ୍ତ ଦେଓକୁ ଥାନାକୁ ଡାକିଥିଲେ ଆଇଆଇସି ।

ସୁଶାନ୍ତ ଥାନାକୁ ପ୍ରାୟ ସନ୍ଧ୍ୟା ୭ ଟା ସମୟରେ ପହଂଚି ଥିଲା । ତାକୁ ଥାନା ଅଧିକାରୀ ମିନି ଭୋଇ ପଚରାଉଚୁରା କରିଥିଲେ । ଏହାପରେ ସେ ହଠାତ ଥାନା ଅଧିକାରୀଙ୍କ ଉପରେ ଏକ ବ୍ଲେଡରେ ମରାଣତ୍ମକ ଆକ୍ରମଣ କରିଥିଲା । ଆକ୍ରମଣରେ ମାଡାମଙ୍କ ବେକ ଏବଂ ବାମ ହାତରେ ତିନୋଟି ଆଙ୍ଗୁଳିରେ ଆଘାତ ହୋଇଥିଲା । ତାଙ୍କୁ ଥାନା କର୍ମଚାରୀ ବିଶୋଇ ଡାକ୍ତରଖାନାକୁ ନେଇଥିଲେ ଏବଂ ତାଙ୍କର ଚିକିତ୍ସା କରାଇଥିଲେ । ଆଜି ଅଭିଯୁକ୍ତ ସୁଶାନ୍ତକୁ କେଶ ନଂ ୨୦୯/୨୩ ରେ ଏକ ମାମଲା ରୁଜୁ କରାଯାଇଛି । ଅପରାହ୍ନରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ମିନି ଭୋଇ ।

Leave a Reply

Your email address will not be published. Required fields are marked *