Pratidin TV

Odisha's Digital News Platform

ଚୋରୀ ନା ମ୍ୟାଜିକ୍ , ସତ ଓଗାଳିବାକୁ ଓଡିଶାରେ ପହଞ୍ଚିଲା ହାଇଦ୍ରାବାଦ୍ ପୋଲିସ ।

1 min read

ଖତ ବା ଅଳିଆ ଗାଦ ଖୋଲିଲେ ବାହାରୁଛି ବିଡା ବିଡା ଟଙ୍କା । ମହିଳାଙ୍କ ଖତ ଗଦା ଖୋଳିଲେ ବାହରୁଛି ଏହି ଟଙ୍କା । ତେବେ ଏତେ ଟଙ୍କା କେଉଁଠୁ ଆସିଲା ତାକୁ ନେଇ ବର୍ତ୍ତମାନ ଭାଳେଣି ପଡିଛିା ଏସବୁ କିଏ ଏଠି ପୋତିଦେଇ ଯାଇଛି ନା କିଛି ଚତ୍ମକାର । ଏମିତି ଏକ ଘଟଣା ଉପରୁ ଓଡିଶା ଆସି ପରଦା ଉଠାଇଛି ହାଇଦ୍ରାବାଦ ପୋଲିସ । କାହିଁକି ନା ଟଙ୍କା ୫୦୦ କି ହଜାରର ନୁହଁ ବରଂ ୨୦ ଲକ୍ଷର ।  

ଭୋଗରାଇ ଗ୍ରାମର ଗୋପାଳ ବେହେରା , କମର୍ଦ୍ଦା ଥାନା ବଡମନ୍ଦାରୁଣୀ ଗାଁର ଶ୍ବଶୁର ଘର ଅଳିଆ ଗଦାରେ ଲୁଚା ଯାଇଥିବା ଟଙ୍କାକୁ ଜବତ କରିଛି ହାଇଦ୍ରାବାଦ କ୍ରାଇମବ୍ରାଞ୍ଚ। କମ୍ପାନୀରେ କାମ କରୁଥିବା ବେଳେ ଟଙ୍କା ଚୋରି କରିଥିଲା ଗୋପାଳ ବେହେରା। ଘଟଣାରୁ ଜଣାପଡିଛି ଯେ ଗୋପାଳ ଦୀର୍ଘ ୧୦ ବର୍ଷ ଧରି ଆଗ୍ରୋ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ । ଗତ ୫ମାସ ପୂର୍ବରୁ କମ୍ପାନୀର ଆକାଉଣ୍ଟାଟ ଛୁଟିରେ ଯାଇଥିବାବେଳେ କମ୍ପାନୀ ଗୋପାଳଙ୍କୁ ଆକାଉଣ୍ଟ ଦାୟିତ୍ବ ଦେଇଥିଲା । ଏହି ସମୟରେ ସେ ଲକର୍ର ପାସୱାର୍ଡ ହାତେଇ ନେଇଥିଲା ।

Advertisement

ଏହାପରେ ଲକର୍ ଏକ ମାଷ୍ଟର ଚାବି ତିଆରି କରିଥିଲା ଗୋପାଳ । ଚୋରି କରିବା ଦିନ ଗୋପାଳ ସମସ୍ତ ସିସିଟିଭି ବନ୍ଦ କରିଦେଇଥିଲା । ଚୋରି କରିବା ପରେ ସମସ୍ତ ଟଙ୍କା ନେଇ ଶାଳକ ରହୁଥିବା ନାମପଲ୍ଲୀ ଅଞ୍ଚଳରେ ସେ ଟଙ୍କା ରଖି ଦେଇଥିଲା । ଗୋପାଳ ହାଇଦ୍ରାବାଦରେ ଏକ ନମ୍ବର ବ୍ୟବହାର କରୁଥିବାବେଳେ ଓଡିଶା ପାଇଁ ଆଉ ଏକ ନମ୍ବର ରଖିଥିଲା । ଏ ସମସ୍ତ ନମ୍ବରକୁ ଟ୍ରାକ୍ କରି ଗୋପାଳର ଶ୍ବଶୂର ଘରେ ପହଞ୍ଚିଛି ହାଇଦ୍ରାବାଦ ପୋଲିସ ।

Leave a Reply

Your email address will not be published. Required fields are marked *