Pratidin TV

Odisha's Digital News Platform

ଘରୁ ଗାୟବ ହେଲା ୭୭ ଲକ୍ଷ ଟଙ୍କା…..ଲୋଭରେ ନିଜ ଶ୍ୱଶୁର ଘରେ ବୋହୂ ବୁଲାଇଲା କଳା କନା

1 min read

ଚୋର ସାଜିଲା ବୋହୂ | ନିଜ ଶ୍ୱଶୁର ଘରେ ଚୋରି କରିବା ପାଇଁ ମାଷ୍ଟରମାଇଣ୍ଡ ସାଜିଲା ବୋହୂ | ଲୋଭରେ କଲା ଚୋରି | ତେବେ ଘରେ ଥିଲା ୭୭ ଲକ୍ଷ ଟଙ୍କା । ହଠାତ ହୋଇଗଲା ଗାୟବ | ଯେତେବେଳେ ପୋଲିସ ଏହି ଘଟଣାର ଅନୁସନ୍ଧାନ କଲା, ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଥିଲା। ବାସ୍ତବରେ, ଟଙ୍କା ଭର୍ତ୍ତି ବ୍ୟାଗ ଚୋରିର ମାଷ୍ଟରମାଇଣ୍ଡ ଘରର ବୋହୂ ହୋଇଥିଲା | ତାଙ୍କର ଜଣେ ସମ୍ପର୍କୀୟଙ୍କ ସହାୟତାରେ ସେ ଘରୁ ଟଙ୍କା ଭର୍ତ୍ତି ଏକ ବ୍ୟାଗ ଚୋରି କରି ନେଇଥିଲେ।

ତେବେ ଏପରି ଘଟଣା ବଦୱାରୀ ଗାଁର ବାସିନ୍ଦା ଭାନୁଙ୍କ ଘରେ ଘଟିଥିଲା | ଶ୍ୱଶୁର ଭାନୁଙ୍କ କହିବାନୁସାରେ, ପ୍ରାୟ ୧0 ଦିନ ପୂର୍ବେ ସେ ନିଜର ଏକ ଜମି ବିକିଥିଲେ | ଯେଉଁଥିରେ ତାଙ୍କୁ ୭୭ ଲକ୍ଷ ୭୮ ହଜାର ଟଙ୍କା ମିଳିଥିଲା | ଉକ୍ତ ଟଙ୍କାକୁ ଏକ ବ୍ୟାଗରେ ରଖି ସେ ଆଲମାରୀ ପଛପଟେ ରଖିଦେଇଥିଲେ | ଏହାପରେ ଘଟଣା ଦିନରାତିରେ ୨ ମୁଖା ପିନ୍ଧା ଚୋର ଆସି ଧମକାଇ ଆଲମାରୀ ପଛରେ ଥିବା ବ୍ୟାଗ ନେଇ ଚାଲି ଯାଇଥିଲେ |

Advertisement

ପରବର୍ତ୍ତୀ ସମୟରେ ଶ୍ୱଶୁର ଭାନୁ ପୋଲିସରେ କରିଥିଲେ ଅଭିଯୋଗ | ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ଏବଂ ପୋଲିସ ସମସ୍ତ ପରିବାରର ପ୍ରତ୍ୟକ ବ୍ୟକ୍ତିଙ୍କୁ ଅଲଗା ଅଲଗା କରି ପଚରାଉଚୁରା କରିଥିଲା | ଏହି ସମୟରେ ବୋହୂକୁ ଯେତେବେଳେ ପଚରାଉଚୁରା ହୋଇଥିଲା | ସେହି ସମୟରେ ବୋହୂର କଥାବାର୍ତ୍ତା କିଛି ତାଳମେଳ ଖାଉନଥିଲା | ଯାହାପରେ ପୋଲିସ କରିଥିଲା ସନ୍ଦେହ | ପୋଲିସ ବେଶୀ ପଚରାଉଚୁରା କରିବା ପରେ ବୋହୁ ମୁହଁରୁ ବାହାରିଯାଇଥିଲା ସତ |

ମୁଖ୍ୟ ଅଭିଯୁକ୍ତ ବୋହୁ ଜଣକ ପୋଲିସ୍କୁ କହିଥିଲେ ସେ ଘରେ ଏତେ ପଇସା ରହିବା କଥା ତାଙ୍କ ସମ୍ପର୍କୀୟଙ୍କୁ କହିଥିଲେ | ଏବଂ ତାଙ୍କ ସମ୍ପର୍କୀୟ ସାଙ୍ଗ ସହ ଚୋରି କରିବା ପାଇଁ ଆସିଥିଲେ | ଏବଂ ଏହି ଚୋରିରେ ମହିଳାଙ୍କ ପୁରା ଥିଲା ସହଯୋଗ | ବୋହୂଙ୍କଠାରୁ ସୂଚନା ପାଇବା ପରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଖାନ ତଲାସୀ ଆରମ୍ଭ କରି ଦେଇଥିଲା। ଏହାପରେ ପୁଲିସ୍‌ ଟଙ୍କା ସମେତ ସମସ୍ତ ଅଭିଯୁକ୍ତଙ୍କୁ ବାନ୍ଧିଛି।

Leave a Reply

Your email address will not be published. Required fields are marked *