Pratidin TV

Odisha's Digital News Platform

ଆର୍ମି ଅଫିସରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ , ଗ୍ରିଲ୍ ତାଡି ଲୁଟିନେଲେ ସବୁକିଛି ….

ଉଦଳା ; ଘରେ କେହି ନ ଥିବାର ସୁଯୋଗ ନେଇ ବିଳମ୍ବିତ ରାତିରେ ପଶିଲେ ଦୁବୁର୍ତ । ଆଉ ଘରର କବାଟ ତାଡି ଘର ଭିତରେ ପଶି ବୁଲାଇଲେ କଳାକନା । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ତଳିଆ ଅଂଚଳରେ । ତଳିଆ ଅଂଚଳର ବୃନ୍ଦାବନ ଦଳେଇ ଯିଏ କି ଆର୍ମିରେ ଚାକିରୀ କରିଛନ୍ତି । ତାଙ୍କ ସ୍ତ୍ରୀ ଏବଂ ଦୁଇ ପିଲା ଡାକ୍ତର ଚିକିତ୍ସା ନିମନ୍ତେ ଦୁଇ ଦିନ ପାଇଁ ଭୁବନେଶ୍ୱର ଯାଇଥିଲେ ।

ଭୁବନେଶ୍ୱରରୁ ଫେରି ଘରେ ପହଂଚିବା ପରେ ଘରର ମୁଖ୍ୟ ଗ୍ରୀଲ ଏବଂ କବାଟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ପରେ ଘରେ ପଶିବା ପରେ ଘରୁ ଚୋରି ହୋଇଥିବା ଜାଣିପାରିଥିଲେ । ଏନେଇ ପୋଲିସ୍ ଖବର ଦେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁବୁର୍ତମାନେ ଘର ଭିତରେ ପଶି ଗଡରେଜ ତାଲା ଭାଙ୍ଗି ସେଥିରେ ଥିବା ନଗଦ ୫୫ ହଜାର ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ଏପରିକି ଟିଭି, କମ୍ବଳ ଆଦି ଚୋରି କରି ନେଇ ଚାଲିଯାଇଥିବା ଜଣାପଡିଛି ।

ତେଣେ ବାଲାଂଦେଶ ବର୍ଡରରେ ସୁରକ୍ଷାରେ ନିୟୋଜିତ ଥିବା ବୃନ୍ଦାବନ ଦଳେଇଙ୍କ ଘରେ ଚୋରି ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେତେବେଳେ ଆର୍ମି ଅଧିକାରୀଙ୍କ ଘରୁ ଚୋରି ହେଉଛି ସେତେବେଳେ ସାଧାରଣ ଜନତା କେତେ ସୁରକ୍ଷିତ ତାହାକୁ ନେଇ ଉଠିଛି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *