Pratidin TV

Odisha's Digital News Platform

ଲୋକଙ୍କ ପାଇଁ ଶସ୍ତା ରହିଛି ଏହି ସବୁ ସ୍ମାର୍ଟଫୋନ,ଯାହାର ମୂଲ୍ୟ ୮ହଜାର ତଳେ ରହିଛି ,ଜାଣନ୍ତୁ କେଉଁ ସବୁ ମଡେଲ..

ଟେକ୍ନୋଲୋଜିର ଯୁଗରେ ପ୍ରତ୍ୟେକ ଦିନ ପୂଆ ମଡେଲର ଫୋନ ଆସୁଛି।କମ ମୂଲ୍ୟ ରୁ ଆରମ୍ଭ ହୋଇ ଉଚ୍ଚା ଦରରେ ବିକ୍ରି ହେଉଛ ନୂଆ ନୂଆ ଫୋନ । ଲୋକଙ୍କ ଡିମାଣ୍ଡକୁ ନେଇ ଅନେକ ମୋବାଇଲ କମ୍ପାନୀ ନୂଆ ନୂଆ ମେଡଲ ପ୍ରତିବର୍ଷ ଲଂଚ କରୁନ୍ତି। ଏଥିସହ ପୂଜା ଅଫରରେ ମୂଲ୍ୟ ହାସ କରି ମଧ୍ୟ ଅନେକ ସମୟରେ ମୋବାଥଇଲ ଫୋନ ମାର୍କେଟରେ ବିକ୍ରି ହେଉଛି । ଆଜିକାଲି ସ୍ମାର୍ଟ ଫୋନ ବିନା ଲୋକଙ୍କ ବଂଚିବା କଷ୍ଟକର ହୋଇ ପଡିଛି । କାରଣ ଆଜିକାଲି ଅନଲାଇନରେ ସବୁ ପ୍ରକାର ସୁବିଧା ମିଳୁଛି ।ଛୋଟରୁ ବନ ଜିନିଷ ପାଇଁ ଆଉ ବାହାରକୁ ଯିବାକୁ ପଡୁ ନି ଏମିତିକି କୋରାନା ସମୟରେ ପିଲାମାନେ ଘରେ ରହି ମୋବାଇଲ ଦ୍ୱାରା ପାଠ ପଢୁଥିଲେ । ଏଥିପାଇଁ ମୋବାଇଲ ମଧ୍ୟ ପ୍ରତିଦିନ ବ୍ୟବହୃତ ହେଉଥିବା ଜିନିଷ ସହସମାନ ହୋଇ ଯାଇଛି । ହେଲେ ଦାମୀଫୋନ କିଣିବାକୁ ସମସ୍ତଙ୍କ ପାଖରେ ଅର୍ଥ ନଥାଏ । ସେମାନେ ନିଜ ନିଜ ପକେଟକୁ ଦେଖି କମ ବଜେଟର ଫୋନ ନେଇଥାନ୍ତି । ହେଲେ ଲୋକଙ୍କ ସୁବିଧା ଏବଂ ତାଙ୍କୁ ଖୁସି କରାଇବା ପାଇଁ ବଜାରରେ କମ ମୂଲ୍ୟ ନୂଆ ନୂଆ ସ୍ମାର୍ଟ ଆସୁଛି । ଯାହାକୁ ଲୋକମାନେ ମାତ୍ର ୮ ହଜାର ଭିତରେ କିଣି ବ୍ୟବହାର କରି ପାରିବେ । ଏବଂ ସେମାନଙ୍କୁ ଏଥିରେ ସବୁ ପ୍ରକାରର ସେବା ମିଳି ପାରିବ । ତେବେ ଆଜି ମାର୍କେଟରେ ୮ ହଜାର ଭିତରେ ୮ଟି ମଡେଲର ଫୋନ ମିଳୁଛି ଯେଉଁଥିରେ ରହିଛି ଭଲ ଫିଚର୍ସ । ତେବେ ଜାଣନ୍ତୁ କେଉଁ ସବୁ ସ୍ମାର୍ଟଫୋନ ଆଣଙ୍କୁ ୮ହଜାର ଭିତରେ ମିଳିବ..
ରିଅଲମି ନାରଜୋ ଏନ୫୩ :
ଯାହାର କ୍ୟାମେରା ୫୦ + ୮ ଏମପି ରହିଛି । ଏହାର ମୁଲ୍ୟ ମାତ୍ର ୭୯୯୯ ଟଙ୍କା ରହିଛି ।

ରିଅଲମି ସି୫୧ :
୫୦+୫ ଏମପି କ୍ୟାମେରା ରହିଛି । ଯାହାର ଦର ମାତ୍ର ୭୯୯୯ ଟଙ୍କା ।

ପୋକୋ ସି୫୫ :
୫୦+୫ ଏମପି କ୍ୟାମେରା ରହିଛି ତାସହ ମୂଲ୍ୟ ହେଉଛି ୭,୪୯୯ଟଙ୍କା ।
ରେଡମି ୭ :
୧୪ ଏମପି କ୍ୟାମେରା ଥିବା ବେଳେ ମୂଲ୍ୟ ମାତ୍ର ୭,୯୯୮ ଟଙ୍କା ଅଟେ ।

ରେଡମି ୧୨ ସି:
୫୦+୫ଏମପି କ୍ୟାମେରା,ଦାମ୍ ୬୭୯୯ଟଙ୍କା ରହିଛି ।
ସାମସଙ୍ଗ ଗାଲାକ୍ସି ଏମ୦୪ :
୧୩+୫ଏମପି କ୍ୟାମେରା ଦେଇଥିବା ବେଳେ ୬,୪୯୯ ଟଙ୍କା ରହିଛି ଫୋନର ମୂଲ୍ୟ ।
ରେଡମି ୧୧ ପ୍ରାଇମ ୫ଜି:
୫୦+୮ ଏମପି କ୍ୟାମେରା । ମୂଲ୍ୟ ରହିଛି ୫,୬୯୯ଟଙ୍କା ।
ମୋଟୋ ଇ୧୩ :
୧୩+୫ ଏମପି କ୍ୟାମେରା । ଦାମ୍ ରହିଛି ୫,୯୯୯ ଟଙ୍କା ।

Leave a Reply

Your email address will not be published. Required fields are marked *