Pratidin TV

Odisha's Digital News Platform

ଏହି ଦେଶରେ ଅଛନ୍ତି ସବୁଠୁ ଅଧିକ ମୁସଲମାନ, ଜାଣନ୍ତୁ ଭାରତର ସ୍ଥାନ କେତେ…..

1 min read

ଇଣ୍ଡୋନେସିଆ ହେଉଛି ବିଶ୍ୱର ସବୁଠାରୁ ବଡ ମୁସଲମାନ ଦେଶ | ସମ୍ପ୍ରତି ରାଜଧାନୀ ଜାକର୍ତ୍ତାରେ ଅବସ୍ଥିତ ଇସ୍ତିକଲାଲ ମସଜିଦରେ ହଜାର ହଜାର ଲୋକ ଏକତ୍ରିତ ହୋଇଥାନ୍ତି । ଏହି ସମୟରେ ଦେଶର ନେତାମାନେ ପରିବେଶ ସମ୍ବନ୍ଧରେ କଡ଼ା ଚେତାବନୀ ଦେଇଥିଲେ ଏବଂ ଏହାର ମୁକାବିଲା ପାଇଁ ପ୍ରଭାବଶାଳୀ ଉପାୟ ଅବଲମ୍ବନ କରିବାକୁ ନିବେଦନ କରିଥାନ୍ତି । ଇସଲାମ ଆଧାରରେ ପରାମର୍ଶ ଦିଆଯାଇଥିବା ଏହି ପଦ୍ଧତିଗୁଡ଼ିକୁ ଗ୍ରହଣ କରିବାର ଏହି ପଦକ୍ଷେପକୁ ‘ସବୁଜ ଇସଲାମ’ କୁହାଯାଏ । ବିଶ୍ୱର ମୁସଲମାନ ଜନସଂଖ୍ୟା ସର୍ବାଧିକ ଥିବା ଦେଶରେ ପରିବେଶ ସଚେତନ ଥିବା ଏକ ଇସଲାମର ଚାହିଦା ବଢୁଛି । ଏହାକୁ ‘ଗ୍ରୀନ୍ ଇସଲାମ’ କୁହାଯାଉଛି। ଇସଲାମ ଧର୍ମ ବିଶ୍ଵର ଅଧିକାଂଶ ଦେଶକୁ ବ୍ୟାପିଛି । ୨୦୧୧ ଜନଗଣନା ଅନୁସାରେ, ଭାରତରେ ମୁସଲମାନ ମାନଙ୍କର ଜନସଂଖ୍ୟା ୧୭ କୋଟି ଏବଂ ସମଗ୍ର ବିଶ୍ୱରେ ୨ ବିଲିୟନରୁ ଅଧିକ ।

ପୃଥିବୀର ପ୍ରାୟ ସମସ୍ତ ଦେଶରେ ବିଭିନ୍ନ ଧର୍ମର ଲୋକ ବସବାସ କରନ୍ତି । କିଛି କିଛି ଦେଶରେ ଏକ ନିର୍ଦ୍ଧିଷ୍ଟ ଧର୍ମର ଜନସଂଖ୍ୟା ଅଧିକ ଥାଏ । ତେବେ ଯଦି ପଚରାଯାଏ ଅଧିକାଂଶ ମୁସଲମାନ ଧର୍ମର ଲୋକେ କେଉଁ ଦେଶରେ ରୁହନ୍ତି ତାହେଲେ ଆମେ ସାଧାରଣତଃ ଭାବୁ ଯେ ପାକିସ୍ତାନ । ଆମ ମନରେ ଥାଏ ଯେ ପାକିସ୍ତାନରେ ହିଁ ସବୁଠାରୁ ଅଧିକ ମୁସଲିମ ଧର୍ମର ଲୋକେ ବସବାସ କରନ୍ତି । କିନ୍ତୁ ଏହା ସଠିକ୍ ତଥ୍ୟ ନୁହେଁ । କାରଣ ଅଧିକାଂଶ ମୁସଲମାନ ଧର୍ମାବଲମ୍ବୀ ରହୁଥିବା ଦେଶ ହେଉଛି ଇଣ୍ଡୋନେସିଆ ।

Advertisement

ତେବେ ଇଣ୍ଡୋନେସିଆ ପରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ମୁସଲମାନମାନଙ୍କ ସଂଖ୍ୟା ୨୩ କୋଟିରୁ ଅଧିକ । ଏହାପରେ ରହିଛି ଭାରତ । ଭାରତରେ ମୁସଲମାନମାନଙ୍କର ସଂଖ୍ୟା ୨୧ କୋଟିରୁ ଅଧିକ । ସେହିପରି ଚତୁର୍ଥ ସ୍ଥାନରେ ରହିଛି ବାଂଲାଦେଶ । ଏଠାରେ ମୁସଲମାନଙ୍କ ସଂଖ୍ୟା ୧୫ କୋଟିରୁ ଅଧିକ । ଆଫ୍ରିକୀୟ ଦେଶ ନାଇଜେରିଆ ପଞ୍ଚମ ସ୍ଥାନରେ ରହିଛି। ଇସଲାମ ଧର୍ମ ଅନୁସରଣ କରୁଥିବା ୧୧ କୋଟିରୁ ଅଧିକ ଲୋକ ଏଠାରେ ବାସ କରନ୍ତି । ଏହା ପରେ ଇଜିପ୍ଟରେ ୧୧ କୋଟି ଓ ଇରାକ ଏବଂ ତୁର୍କୀରେ ପାଖାପାଖି ୯ କୋଟି ମୁସଲମାନ ଅଛନ୍ତି ।

ଗତ ବର୍ଷ ନଭେମ୍ବରରେ ଇଂଲଣ୍ଡ ଏବଂ ୱେଲ୍ସରେ କରାଯାଇଥିବା ଜନଗଣନା ତଥ୍ୟ ଅନୁଯାୟୀ ମୁସଲମାନ ଏବଂ ହିନ୍ଦୁଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏପରିକି କୌଣସି ଧର୍ମ ଅନୁସରଣ କରୁ ନ ଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

ଦକ୍ଷିଣ ପୂର୍ବ ଏସିଆର ସମୁଦ୍ର ମଧ୍ୟରେ ଅବସ୍ଥିତ ଇଣ୍ଡୋନେସିଆ, ସମସ୍ତଙ୍କ ପାଇଁ ଏକ ପ୍ରିୟ ଭ୍ରମଣ ସ୍ଥାନ | ଇଣ୍ଡୋନେସିଆର ବାଲି ଦ୍ୱୀପ ଭାରତୀୟଙ୍କ ପାଇଁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ | ବର୍ତ୍ତମାନ ଇଣ୍ଡୋନେସିଆ ଏହି ଭ୍ରମଣକାରୀ ପ୍ରେମୀଙ୍କ ଭ୍ରମଣକୁ ସହଜ କରିବାକୁ ଯାଉଛି | ପର୍ଯ୍ୟଟନ ବୃଦ୍ଧି ତଥା ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଇଣ୍ଡୋନେସିଆ ସରକାର ଅନ୍ୟ ୧୯ଟି ଦେଶ ସହିତ ଭାରତରୁ ଯାତ୍ରୀମାନଙ୍କୁ ଭିସାମୁକ୍ତ ପ୍ରବେଶ ପ୍ରଦାନ କରିବାକୁ ଯୋଜନା ଘୋଷଣା କରିଛନ୍ତି। ଇଣ୍ଡୋନେସିଆର ପର୍ଯ୍ୟଟନ ମନ୍ତ୍ରୀ ସାଣ୍ଡିଆଗା ଉନୋଙ୍କ ନେତୃତ୍ୱରେ ଏହି ପଦକ୍ଷେପ ଅନୁଯାୟୀ ଅକ୍ଟୋବର 2024 ପୂର୍ବରୁ ମାଗଣା ଯୋଜନା ଚୂଡାନ୍ତ ହେବ।

Leave a Reply

Your email address will not be published. Required fields are marked *