Pratidin TV

Odisha's Digital News Platform

କାଉଡି ଯାତ୍ରା ପାଇଁ ଆସିଲା କଡା ନିୟମ , ଯାତ୍ରା ପାଇଁ ଆବଶ୍ୟକ ପରିଚୟ ପତ୍ର ।

ଶ୍ରାବଣ ମାସକୁ ଅପେକ୍ଷା କରି ବସିଥାନ୍ତି ଶିବଭକ୍ତ । ବାବାଙ୍କୁ ପ୍ରସନ୍ନ କରିବା ପାଇଁ ଖାଲି ପାଦରେ ଚାଲି ଚାଲି ଯାଇ ଶିବଲିଙ୍ଗରେ ପାଣି ଚଢାନ୍ତି କାଉଡିଆ । ଆଉ ବର୍ତ୍ତମାନ ଏହି କାଉଡିଯାତ୍ରାକୁ ନେଇ ୟୁପି ସରକାର ଏକ ନିୟମ ଜାରିକରିଛନ୍ତି । ଯାହାକୁ ପ୍ରତ୍ୟକ କାଉଡିଆ ମାନିବାକୁ ବାଧ୍ୟ ।ଉତ୍ତରପ୍ରଦେଶ ସରକାର ପଡୋଶୀ ରାଜ୍ୟମାନଙ୍କୁ ନିଜ ଅଞ୍ଚଳର କାଉଡ଼ି ତୀର୍ଥଯାତ୍ରୀଙ୍କୁ ପରିଚୟ ପତ୍ର ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଏକ ସରକାରୀ ବିବୃତ୍ତି ଅନୁଯାୟୀ, ନିକଟରେ ଏକ ଉଚ୍ଚସ୍ତରୀୟ ବୈଠକରେ ୟୁପି ମୁଖ୍ୟମନ୍ତ୍ରୀ ପବିତ୍ର ଶ୍ରାବଣ ମାସରେ ଅନୁଷ୍ଠିତ ହେବାକୁ ଥିବା କାଉଡ଼ି ଯାତ୍ରା ପାଇଁ ପ୍ରସ୍ତୁତି ନେଇ କଡ଼ାକଡ଼ି ବ୍ୟବସ୍ଥା ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ମନୋଜ କୁମାର ସିଂ ଏବଂ ପୋଲିସ ମହାନିର୍ଦେଶକ (ଡିଜିପି) ପ୍ରଶାନ୍ତ କୁମାର ପଶ୍ଚିମ ଉତ୍ତରପ୍ରଦେଶ, ମିରଟ ତଥା ଅନ୍ୟ ଚାରିଟି ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରି ଭକ୍ତଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ବିବୃତ୍ତି ଅନୁଯାୟୀ ଅଧିକାରୀମାନେ ବୈଠକରେ କହିଛନ୍ତି ଯେ କାଉଡ଼ି ତୀର୍ଥଯାତ୍ରୀଙ୍କୁ ବର୍ଚ୍ଛା, ତ୍ରିଶୂଳ କିମ୍ବା ଅନ୍ୟ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ନେବାକୁ ବାରଣ କରାଯାଇଛି ।

ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରଶାନ୍ତ କୁମାରଙ୍କ କହିବା ଅନୁଯାୟୀ ତାଙ୍କ କହିବାନୁସାରେ, ଯେଉଁଠାରୁ ଯାତ୍ରା ଆରମ୍ଭ ହେବ ସେହି ମାର୍ଗରେ ଭାରୀ ଯାନବାହାନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବ ଏବଂ ଜୁଲାଇ ୨୧ ତାରିଖ ମଧ୍ୟରାତ୍ରିରୁ ଦିଲ୍ଲୀ ଏକ୍ସପ୍ରେସୱେ, ଡେରାଡୁନ୍ ଏକ୍ସପ୍ରେସୱେ ଏବଂ ଚୌଧରୀ ଚରଣ ସିଂ କାଉଡ଼ି ମାର୍ଗରେ ଭାରୀ ଯାନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବ। ସେ କହିଛନ୍ତି ଯାତ୍ରା ସମୟରେ ବଡ ବାଦ୍ୟଯନ୍ତ୍ରରେ ବଜାଯାଇଥିବା ଗୀତ ଏବଂ ଧ୍ୱନିର ସୀମାକୁ ପୋଲିସ ନିୟନ୍ତ୍ରଣ କରିବ। ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସୀମାରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ଯେଉଁଥିରେ କୁକୁର ସ୍କ୍ବାଡ୍, ବୋମା ନିଷ୍କ୍ରିୟ ସ୍କ୍ବାଡ୍, ଆଇବି, ଗୁପ୍ତଚର ଏବଂ ଏଲଆଇୟୁ ଦଳ ସକ୍ରିୟ ରହିବେ। କାଉଡ଼ି ମାର୍ଗରେ ଥିବା ମଦ ଏବଂ ମାଂସ ଦୋକାନଗୁଡ଼ିକ ବନ୍ଦ ରହିବ। କୌଣସି ଦୁର୍ଘଟଣାକୁ ରୋକିବା ପାଇଁ ଇଲେକ୍ଟ୍ରିକ୍ ପୋଲ୍ ଏବଂ ଟ୍ରାନ୍ସଫର୍ମରଗୁଡିକ ପଲିଥିନ ଏବଂ ନେଟ୍ ଦ୍ୱାରା ଆଚ୍ଛାଦିତ ହେବ। ଯାତ୍ରୀ ମାର୍ଗରେ ଶିବିରଗୁଡିକ ରାଜପଥ ଏବଂ ଏକ୍ସପ୍ରେସୱେଠାରୁ ଦୂରରେ ନିର୍ମାଣ ହେବ। ଡିଜିପି କୁମାର ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ ରାଜ୍ୟର ଅଧିକାରୀମାନଙ୍କୁ ତୀର୍ଥଯାତ୍ରୀଙ୍କୁ ପରିଚୟ ପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଦ୍ବାରା କୌଣସି ଅସୁବିଧା ହେଲେ ସେମାନଙ୍କ ସହ ଯୋଗାଯୋଗ କରାଯାଇପାରିବ।

Leave a Reply

Your email address will not be published. Required fields are marked *