ସବୁଠିଁ ନବୀନ ଚର୍ଚ୍ଚା, ବିନମ୍ରତା ଏମିତି କି ମୋଦି ନିଜେ ଆସି ଘଡ଼ିଏ କଥାହେଲେ
1 min readଶ୍ରୀ ନବୀନ ପଟ୍ଟନାୟକ ସାଇଡରେ ଠିଆ ହୋଇଥିବା ସମୟରେ ତାଙ୍କ ପାଖକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ନବୀନଙ୍କ ସୁଖଦୁଃଖ ପଚାରି ବିଝିବା ସହ ତାଙ୍କ ସହ ହାତ ମିଳାଇଥିଲେ ପ୍ରଧାନମନ୍ତ୍ରୀ ମୋଦି |
ସୂଚନା ଅନୁସାରେ ଯୋଡିହର ନୂଆ ମୁଖ୍ୟମନ୍ତ୍ରୀ ଶପଥ ସମାରୋହରେ ସାମିଲ ହୋଇଛନ୍ତି ଶ୍ରୀ ନବୀନ ପଟ୍ଟନାୟକ | ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରମାଣିତ କଲେ ଯେ ସେ ଥିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ | ତାଙ୍କ ମନରେ ନାହିଁ ଗର୍ବ ଅହଂକାର | ତେବେ ମୁଖ୍ୟମନ୍ତ୍ରୀ ଶପଥ ସମାରୋହରେ ଗୋଟେ ଷ୍ଟେଜରେ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକ |
ତେବେ ଶପଥ ଗ୍ରହଣ ସମାରୋହ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ନବୀନ ପଟ୍ଟନାୟକ ଉଭୟ କଥାବାର୍ତ୍ତା ହୋଇଥିଲେ | ନବୀନ ସାଇଡରେ ଠିଆ ହୋଇଥିବା ସମୟରେ ତାଙ୍କ ପାଖକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ତାଙ୍କ ସୁଖଦୁଃଖ ପଚାରି ବିଝିବା ସହ ତାଙ୍କ ସହ ହାତ ମିଳାଇଥିଲେ ପ୍ରଧାନମନ୍ତ୍ରୀ ମୋଦି |
ଦୀର୍ଘ ୨୪ ବର୍ଷ ବିଜେଡି ସରକାର ଭାଙ୍ଗି ବିଜେପି ସରକାର ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିଛି | ତେବେ ଚଳିତ ବର୍ଷ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଛି | ଏହି ଶପଥ ସମାରୋହରେ ନବୀନଙ୍କୁ ଯୋଗ ଦେବା ପାଇଁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ସ୍ୱାଗତ ଜଣାଇଥିଲେ |
ସୂଚନା ଅନୁଯାୟୀ ଗତକାଲି ଜୁନ ୧୨ ତାରିଖ ଦିନ ଜନତା ମଇଦାନରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି | ଏହି ଶପଥ ସମାରୋହରେ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ |