Pratidin TV

Odisha's Digital News Platform

ଅଶାନ୍ତ ହେଲାଣି ସମୁଦ୍ର ମାଡି ଆସୁଛି ଆଉ ଏକ ଲଘୁଚାପ

1 min read

ଅଶାନ୍ତ ହେଲାଣି ସମୁଦ୍ର, ମାଡି ଆସୁଛି ଆଉ ଏକ ବଡ ଲଘୁଚାପ | ଏହି ଲଘୁଚାପ ଆଜି ସୃଷ୍ଟି ହେବାର ସମ୍ଭାବନା ରହୁଛି | ବାୟୁମଣ୍ଡଳରେ ଏକ ସାଇକ୍ଲୋନିକ ସ୍ରକୁଲେସନ ସୃଷ୍ଟି ହୋଇଛି ଯାହାର ପ୍ରଭାବରେ ଆଜି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି | ଯେଉଁ କାରଣ ପାଇଁ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି | ବର୍ତ୍ତମାନ ଶଶୂଦ୍ଧ ବାତ୍ୟା ଆଶଙ୍କା ନଥିବା ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର | କେନ୍ଦ୍ର ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ବାଂଲାଦେଶ ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି | କ୍ରମଶଃ ଏହା ପଶ୍ଚିମ-ଉତ୍ତର , ପଶ୍ଚିମ ଦିଗରେ ଗତି କରିବ | ଯାହାର ପ୍ରଭାବରେ ଆଜି ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି |

ତେବେ ପାଣିପାଗ କେନ୍ଦ୍ର ଅନୁଯାୟୀ, ଆଜି ଉପକୂଳ ସମେତ ମୟୁରଭଞ୍ଜ କେଉଁଝର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ | ସେହିପରି ଆସନ୍ତା ୬-୭ ତାରିଖରେ ଦକ୍ଷିଣ ଉପକୂଳ ଏବଂ ଅଭ୍ୟନ୍ତରଣୀୟ ଓଡ଼ିଶାରେ ହାଲୁକା ବର୍ଷା ହୋଇଥାଏ | ୮ ତାରିଖ ବେଳକୁ ବର୍ଷାର ପରିମାଣ ବୃଦ୍ଧି ପାଇବ | ସେହିପରି ୧୧-୧୨ ତାରିଖ ବେଳକୁ ପଶ୍ଚିମ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ | ତେବେ ଦଶହରା ହେବାକୁ ପାଗ ମେଘୁଆ ରହିବ |

Advertisement

Leave a Reply

Your email address will not be published. Required fields are marked *