ଜଙ୍ଗଲରେ ଖାଦ୍ୟ ଅଭାବ……ଗାଁ ମୁହାଁ ହେଲେ ହାତୀ ପଲ….
1 min readଜଙ୍ଗଲରେ ଖାଦ୍ୟ ଅଭାବ | ଖାଦ୍ୟ ଖାଇବା ଆଶାରେ ହାତୀ ପଲ ହେଉଛନ୍ତି ଗାଁ ମୁହାଁ | ଫଳରେ ଧନ ଜୀବନ ନଷ୍ଟ ହେବା ସହ ହାତୀ ମଣିଷ ହେଉଛନ୍ତି ମୁହାଁ ମୁହିଁ | ଗତକାଲି ରାତିରେ ମୟୁର ଝାଲିଆ ଗାଁ ନିକଟରେ ୧୬ ଟିକିଆ ହାତୀ ପଲକୁ ଦେଖି ଲୋକେ ଭୟ ଭିତ ହୋଇଥିବା ଦେଖିବାକୁ ମିଳିଛି | ଫଳରେ ହାତୀକୁ ଦେଖି ଲୋକେ ଭୟଭୀତ ହୋଇଥିଲେ |
ଜଙ୍ଗଲରେ ବୃକ୍ଷ କାଟିବା ଏବଂ କାରଖାନା ବନାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜଙ୍ଗଲ ପ୍ରାଣୀ | ପ୍ରାଣୀମାନଙ୍କୁ ମିଳୁନି ଜଙ୍ଗଲରେ ଖାଦ୍ୟ | ଖାଦ୍ୟ ଆଶାରେ ପ୍ରାଣୀ ହେଉଛନ୍ତି ଗାଁ ମୁହାଁ | ତେବେ ଖୋର୍ଦ୍ଧାର ରଣପୁର ବନ ବିଭାଗ ହାତୀ ଗାଁ ରେ ପସିଯିବା ନେଇ ମିଳିଥିଲା ଖବର | ରଣପୁର ବନ ବିଭାଗ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି droan ସାହାଯ୍ୟରେ ହାତୀଙ୍କର ଗତି ବିଧି ଉପରେ ନଜର ରଖିଥିଲେ | ପରେ ହାତୀ ଘଉଡ଼ାଇବାକୁ ବନ ବିଭାଗ ଆରମ୍ଭ କରିଥିଲା ଅପରେସନ । ଦୀର୍ଘ ସମୟ ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀମାନେ ଚେଷ୍ଟା କରିବା ପରେ ହାତୀ ପଲ ଜଙ୍ଗଲକୁ ପଳାଇ ଯାଇଥିଲେ | ହାତୀ ପଲ ରେ 4 ଟି ଦନ୍ତା ୬ ଟି ମାଇ ହାତୀ ସହ 6 ଟି ଛୁଆ ହାତୀ ଥିବା ଜଣା ପଡିଛି | ହାତୀ ପଲ ଆସିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫସଲ ହାନୀ ହୋଇଥିବା ଜଣା ପଡିଛି |