Pratidin TV

Odisha's Digital News Platform

ଶିଆଳି ଲତା ବିନା ହୋପାରେନା ରଥଟଣା ।

ଶିଆଳି ଲତାରେ ତିଆରି ହୁଏ ଶିଆଳି ଦୌଡି ଆଉ ସେହି ଦୈଡିରେ କେନ୍ଦୁଝର ନନ୍ଦିଘୋଷ ରଥ ଟଣା ଯିବାର ନିଆର ପରମ୍ପରା ରହିଛି । ଆସନ୍ତାକାଲି ରଥଯାତ୍ରା ଥିବାରୁ ଆଜି ଶିଆଳି ଦୌଡି ବଡ଼ଦାଣ୍ଡରେ ପହଞ୍ଚିଛି। ଭୂୟାଁ ସଂପ୍ରଦାୟର ଚାରି ପିଢର ଭୂୟାଁ ସର୍ଦ୍ଦାରଙ୍କ ନେତୃତ୍ଵରେ ଭୂୟାଁମାନେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ପାଇଁ ୪ଟି ଶିଆଳି ଦୌଡି ଆଣି ମନ୍ଦିରରେ ପହଞ୍ଚାଇଛ୍‌ତି ।

ଅନେକ କଷ୍ଟ ପରିଶ୍ରମ କରି ଭୂୟାଁ ସଂପ୍ରଦାୟ ଏହି ଶିଆଳି ଲତା ସଂଗ୍ରହ କରି ସେଥିôରୁ ଦୈଡି ପ୍ରସ୍ତୁତ କରିଥାଏ । ଗନ୍ଦମାର୍ଦନ ପାହଡରୁ ସଂଗ୍ରହ ହୁଏ ଶିଆଳି ଲତା । ଦୈଡି ତିଆରି କରୁଥିବା ବ୍ୟକ୍ତିି ଅକ୍ଷୟ ତୃତୀୟା ଠାରୁ ହିଁ ନିଜ ନିଜ କାମରେ ଲାଗିପଡନ୍ତି । ଦେବସ୍ନାନ ପୂର୍ଣ୍ଣିମାରେ ଆଜ୍ଞାମାଳ ପାଇଲା ପରେ ରଥ ଦୈଡି ତିଆରି କାମ ଆରମ୍ଭ ହୁଏ । ସବୁ ଶିଆଳି ଲତାରୁ ଦୈଡି ପ୍ରସ୍ତୁତ ହୋଇପାରେ ନାହିଁ ।

ଯେଉଁ ଗଛରେ କେହି ଚଢେଇ ବସା କରିନଥିବେ ଶିଆଳି ଲତା ଗଛର ଉପରୁ ତଳକୁ ଲମ୍ବିଥିବା କେବଳ ସେହି ଲତାକୁ କଟାଯାଇ ସେଥିରୁ ବକଳ ବାହର କରାଯାଏ । ଆଉ ଏହି ବକଳକୁ ମୋଡି ମୋଡି ଦୈଡି ତିଆରି କରାଯାଏ । ଏହି ଦୈଡିର ଲମ୍ବ ୧୦୮ ହାତ ଥିବା ବେଳେ ମୋଟେଇ ୬ ଇଞ୍ଚ । ବିଶ୍ୱାସ ରହିଛି ଯେ ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ଏହି ଶିଆଳି ଲଟାରେ ଶୋଇଥିଲେ ଆଉ ଏହି ଦୈଡି ରଥରେ ଲାଗିବା ପରେ ଭଗବାନ ପାଲଟିଯାନ୍ତି । ଏହି ରଥ ଦୈଡିକୁ ଘରେ କିମ୍ବା ପାଖରେ ରଖିଲେ ଅନେକ ଶୁଭଫଳ ମିଳିଥାଏ ।

Leave a Reply

Your email address will not be published. Required fields are marked *