କେନ୍ଦୁଝର ବିକଳ ଚିତ୍ର; ରାସ୍ତା ପାଇଁ ଆସିପାରିଲାନି ଆମ୍ବୁଲାନ୍ସ, ଯନ୍ତ୍ରଣାରେ ଛଟପଟ ଗର୍ଭବତୀଙ୍କୁ ଶେଷରେ ବୋହିଲେ ଆଶାକର୍ମୀ
1 min readକେନ୍ଦୁଝର : ଥମିବାର ନାଁ ନେଉନି ଜନନୀ ଯନ୍ତ୍ରଣା । ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଶେଷରେ ଖଟିଆରେ ବୋହି ନେଲେ ଆଶାକର୍ମୀ ଅ୍ଧମ ସାଙ୍ଗେରେ ଥିଲେ ପୁରା ପରିବା । ଦୀର୍ଘ ୧ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହା ହୋଇ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ନିଆଯାଇଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତ ପଠାନଡିହି ଗାଁରେ । ଗାଁର ବିଗୁରୁ ବିରୁଆଙ୍କ ସ୍ତ୍ରୀ ସବିତା ଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସେମାନେ ଆଶାକର୍ମୀ ବନ୍ଦିତା ଚାତାରଙ୍କୁ ଖବର ଦେଇଥିଲେ । ସେ ଆମ୍ବୁଲାନ୍ସକୁ ଫୋନ କରି ଜଣାଇଥିଲେ । ହେଲେ ଖବର ପାଇ ଆମ୍ବୁଲାନ୍ସ ଆସିଲା ସତ ହେଲେ ଉକ୍ତ ଗାଁକୁ ପସି ପାରିଲାନି କାରଣ ଗାଁରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସକୁ କୁମପଦା ଗାଁରେ ଅଟକିବାକୁ ପଡିଥିଲା ।ବିତା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଅନ୍ୟ ଉପାୟ ନପାଇଁ ପରିବାର ସଦସ୍ୟଙ୍କ ସହ ଆଶାକର୍ମୀ ବନ୍ଦିତା, ଖଟିଆର ଗୋଟିଏ ପାର୍ଶ୍ୱ ଧରି ଗର୍ଭବତୀଙ୍କୁ ଭରାନାଳ ପାର୍ କରି ୧ କିଲୋମିଟର ଦୂର ଆମ୍ବୁଲାନସ୍ ଯାଏ ପହଞ୍ଚାଇଥିଲେ । ଏହାପରେ ଗର୍ଭବତୀ ଙ୍କୁ କେଶଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡ଼ାକ୍ତରଖାନାରେ ସବିତା ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ । ତେବେ ବର୍ତ୍ତମାନ ଉଭୟ ମା ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଆଶାକର୍ମୀ ।