Pratidin TV

Odisha's Digital News Platform

ଦେଶରେ ହୋଇପାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ, ଏମିତି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

1 min read

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଧିବଦ୍ଧ ଭାବେ ନରେନ୍ଦ୍ର ମୋଦିଙ୍କୁ ଦେଶରେ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ଆସନ୍ତା ୯ ତାରିଖ ୭.୧୫ରେ ମୋଦିଙ୍କ ସହ ଆଉ କିଛି ସାଂସଦ ମନ୍ତ୍ରୀ ଭାବେ ଶପଥ ନେବେ। ଏହାପରେ ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ। ଚଳିତ ଲୋକସଭାରେ ବିଜେପିକୁ ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ମିଳିନାହିଁ। ତେଣୁ ସହଯୋଗୀ ଦଳଗୁଡ଼ିକର ଗୁରୁତ୍ୱ ବଢ଼ି ଯାଇଛି। ସେମାନେ ମଧ୍ୟ କେନ୍ଦ୍ରରେ ମନ୍ତ୍ରୀ ହେବାକୁ ବିଜେପି ଉପରେ ଚାପ ପ୍ରୟୋଗ ଆରମ୍ଭ କରି ଦେଇଛନ୍ତି।

ତେବେ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ କଣ ୫ ବର୍ଷ ଧରି ମୋଦି ୩.0 ସରକାର କାମ କରିପାରିବ | ଏହା ଉପରେ ବଡ ବୟାନ ଦେଇଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ନିର୍ବାଚନ ରେଜଲ୍ଟରେ ଭୂପେଶ ବଘେଲ ସନ୍ତୁଷ୍ଟ ପ୍ରକାଶ କରିବା ସହ ୬ ମାସରୁ ୧ ବର୍ଷ ମଧ୍ୟରେ ଦେଶରେ ପୁଣି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ ବୋଲି କହିଛନ୍ତି |

ସୂଚନା ଅନୁଯାୟୀ, ଛତିଶଗଡ଼ର ମୋହଲା ମନପୁର ଜିଲ୍ଲାରେ କଂଗ୍ରେସ କର୍ମୀଙ୍କୁ ସମ୍ବୋଧନ କରିଥିଲେ | ସେଠାରେ ବଘେଲ କହିଛନ୍ତି, “ଲୋକସଭା ନିର୍ବାଚନର ଫଳାଫଳ ରେଜଲ୍ଟକୁ ମୁଁ ସ୍ୱାଗତ କରୁଛି। ଯେଉଁମାନେ ଦଳଗୁଡ଼ିକୁ ଭାଙ୍ଗୁଥିଲେ ଓ ନିର୍ବାଚିତ ପ୍ରତିନିଧିଙ୍କୁ ଜେଲରେ ଭର୍ତ୍ତି କରୁଥିଲେ, ସେମାନଙ୍କୁ ଲୋକେ ଉଚିତ ଜବାବ ଦେଇଛନ୍ତି। ତଥାପି କାର୍ଯ୍ୟକର୍ତ୍ତାମାନେ ପ୍ରସ୍ତୁତ ହୋଇ ରୁହନ୍ତୁ।

୬ ମାସରୁ ୧ ବର୍ଷ ମଧ୍ୟରେ ଦେଶରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହୋଇପାରେ। ଦେବେନ୍ଦ୍ର ଫଡନାଭିସ ଇସ୍ତଫା ଦେଉଛନ୍ତି, ଯୋଗୀ ଆଦିତ୍ୟନାଥଙ୍କ ଚେୟାର ଦୋହଲିବା ଆରମ୍ଭ ହୋଇଛି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଏପଟ ସେପଟ ହେଉଛନ୍ତି।

ଏପର୍ଯ୍ୟନ୍ତ କେନ୍ଦ୍ରରେ ମଧ୍ୟ ସରକାର ଗଠନ ହୋନାହିଁ | କିନ୍ତୁ ଏପଟେ ଜେଡିୟୁ ମୁଖପାତ୍ର ଅଗ୍ନିବୀର ଯୋଜନାକୁ ରଦ୍ଦ କରିବାକୁ ବସିଲେଣି | କାରଣ ସେମାନେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରୁଛନ୍ତି | ଏହି ସବୁ ଦାବି ରାହୁଲ ଗାନ୍ଧୀ ମଧ୍ୟ ସହମତି ଦେବା ସହ ଉଠାଇଛନ୍ତି | ତେଣୁ ଚା ମାସରୁ ୧ ବର୍ଷ ମଧ୍ୟରେ କିଛି ମଧ୍ୟ ହୋଇପାରେ’ ବୋଲି ବଘେଲ କହିଛନ୍ତି |

Leave a Reply

Your email address will not be published. Required fields are marked *