Pratidin TV

Odisha's Digital News Platform

ଉଡାଣ ପୂର୍ବରୁ ଆସିଲା ବୋମା ଧମକ….ବିମାନ ଶୌଚାଳୟରେ ଥିଲା ଧମକପୂର୍ଣ୍ଣ ନୋଟ

1 min read

ଉଡାଣ ପୂର୍ବରୁ ଆସିଲା ବୋମା ଧମକ | ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନରେ ଉଡାଣ ପୂର୍ବରୁ ସକାଳ ୫ଟା ୩୫ ମିନିଟରେ ବୀମା ଥିବା ନେଇ ଆସିଲା ଧମକ | ଖବର ପାଇ ସମସ୍ତେ ବିମାନରୁ ଛାନିଆ ହୋଇ ଓହ୍ଲାଇ ପଡ଼ିଥିଲେ |

ସୂଚନା ଅନୁସାରେ ମଙ୍ଗଳବାର ଡିସିନ ସକାଳ ୫ଟା ୩୫ ମିନିଟରେ ଉଡାଣରେ ବୋମା ଧମକ ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଖେଳି ଯାଇଛି ଆତଙ୍କ | ଏହି ଘଟଣା ଗଜୋହାଟିଚି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରରେ ଘଟିଛି | ଇଣ୍ଡୋଗୋ ଫ୍ଲାଇଟ୍‌ 6E2211 ଆଜି ସକାଳେ ଦିଲ୍ଲୀରୁ ବାରଣାସୀ ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିଲା। ଏହା ପୂର୍ବରୁ ବିମାନରେ ବୋମା ଥିବା ସୂଚନା ମିଳିଲା।

ବୋମା ଧମକ ପାଇବା ପରେ ଇଣ୍ଡିଗୋ କର୍ମଚାରୀମାନେ ଏକ ସତର୍କ ସୂଚନା ଜାରି କରି ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ | ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ଏମରଜେନ୍ସି ଗେଟ୍ ଦେଇ ସୁରକ୍ଷିତ ଭାବରେ ଓହ୍ଲାଇଯିବାକୁ ସୂଚନା ଦିଆଯାଇଥିଲା। ଏହାଶୁଣି ବିମାନରୁ ଓହ୍ଲାଇବାକୁ ମେନ୍‌ ଗେଟ୍‌ ଓ ଏମରଜେନ୍ସି ଗେଟ୍ ନିକଟରେ ପ୍ରବଳ ଭିଡ଼ ଜମିଥିବା ବେଳେ ବହୁ ଯାତ୍ରୀ ଡେଇଁ ତଳକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଜରୁରୀକାଳୀନ ରିଆକ୍ସନ ଟିମ ପହଞ୍ଚିବା ବେଳେ ବିମାନଙ୍କୁ ଯାଞ୍ଚ ପାଇଁ ଆଇସୋଲେସନ୍ ବେକୁ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ବିମାନ ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ ବିମାନ ଉଡାଣ ପୂର୍ବରୁ ଦିଲ୍ଲୀ ବାରଣାସୀ ଇଣ୍ଡିଗୋ ବିମାନର କର୍ମଚାରୀମାନେ ବିମାନର ଶୌଚାଳୟରେ ଏକ ନୋଟ ପାଇଥିଲେ | ଯେଉଁଥିରେ ବୋମା ଲେଖାଯାଇଥିଲା | ଏହି ନୋଟକୁ ଜାଣି କର୍ମଚାରୀମାନେ ଏକ ସତର୍କ ସୂଚନା ଜାରି କରି ସମସ୍ତ ଯାତ୍ର୍ଙ୍କୁ ସୁତରଖିତ ଭାବେ ବିମାନରୁ ବାହାର ଆଣିଦେଇଥିଲେ |

Leave a Reply

Your email address will not be published. Required fields are marked *