ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ , ସିଲିଣ୍ଡର ଫାଟି ପାଣ୍ଡରା ଛକରେ ଜଳିଗଲା ଅନେକ ଦୋକାନ..
1 min readଭୁବନେଶ୍ୱର ; ଭୁବନେଶ୍ୱର ଜିଜିପି କଲୋନୀ ନିକଟ ପାଣ୍ଡରା ରୋଡ଼ରେ ଭୟଙ୍କର ଅଗ୍ନିକାଣ୍ଡ । ରାସ୍ତା କଡରେ ଲାଗି ଲାଗି ଥିବା ୪ ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଛି। ଏହି ଦୋକାନଗୁଡିକ ମଧ୍ୟରୁ ବିଭୁତି ପ୍ରସାଦ ଚଣ୍ଡଙ୍କ ପରିବା ଦୋକାନ, ଶିବରାମ ତରାଇଙ୍କ ଫଳ ଦୋକାନ ଓ ହରିହର ସାହୁଙ୍କ ଫାଷ୍ଟଫୁଡ଼ ଦୋକାନ ରହିଛି।
ଅଗ୍ନିକାଣ୍ଡରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ କଳ୍ପନା ଅଗ୍ନିଶମ କେନ୍ଦ୍ରର ଟିମ ଦୁଇଟି ଗାଡି ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିଲା। ତେବେ ଅଗ୍ନିଶମ ଟିମର ତ୍ୱରିତ ପଦକ୍ଷେପ ପାଇଁ ଏକ ପାନ ଦୋକାନ ଆଂଶିକ ନିଆଁ ଲାଗିଥିବା ସତ୍ତ୍ୱେ ମଧ୍ୟ ସମ୍ପୂର୍ଣ୍ଣ ଜଳିବାରୁ ରକ୍ଷା ପାଇଛି।
ରାତି ପ୍ରାୟ ୧୧ଟା ବେଳେ ଦୋକାନୀମାନେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ପ୍ରାୟ ୧୧ଟା ୩୦ ବେଳେ ଫାଷ୍ଟଫୁଡ଼ ଦୋକାନରୁ ନିଆଁ ଲାଗିଥିଲା ଲୋକମାନେ ଖବର ଦେଇଥିଲେ। ଚାହୁଁ ଚାହୁଁ ଅନ୍ୟ ଦୋକାନ ଗୁଡିକ ହୁତୁ ହୋଇ ଜଳି ଯାଇଥିଲା। କାଠରେ ଦୋକାନ ଗୁଡିକ ନିର୍ମାଣ କରାଯାଇଥିବାରୁ ନିଆଁ ଅଧିକ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇଯାଇଥିଲେ। ପରିବା ଦୋକାନର ଫ୍ୟାନ ୩ଟା, ୨ଟା କମ୍ପୁଟର କଣ୍ଟା, ୨ଟା ଫ୍ରିଜ ସମେତ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡି ଗୋଇହାଇଥିବା ମାଲିକ ବିଭୁତି କଛଛନ୍ତି। ସେହିପରି ଫଳ ଦୋକାନର ଗୋଟିଏ ଫ୍ରିଜ ସମେତ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଫଳମୂଳ ନଷ୍ଟ ହୋଇଯାଇଥିବା ମାଲିକ ଶିବରାମ କହିଛନ୍ତି। ହରିହର ସାହୁଙ୍କ ଫାଷ୍ଟଫୁଡ଼ ଦୋକାନରେ ଦୁଇରୁ ଉର୍ଦ୍ଧ୍ବ ଗ୍ୟାସ ଟାଙ୍କି ସମେତ ପ୍ରାୟ ୫୦ ହଜାର ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ସେହିପରି ଫାଷ୍ଟ ଫୁଡ଼ ଦୋକାନ ନିକଟରେ ଜଣେ ଏକ ସ୍କୁଟି ପାର୍କିଂ କରି ଯାଇଥିବା ବେଳେ ଅଗ୍ନିକାଣ୍ଡରେ ତାହା ମଧ୍ୟ ଜଲିଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଅଗ୍ନିଶମ ଟିମ ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିଲା।