ନବୀନଙ୍କୁ ଭେଟିବାକୁ ରହିବନି କଟକଣା , ବୈଠକରେ ସୁପ୍ରିମୋ ଦେଲେ ଗୁରୁମନ୍ତ୍ର ।
1 min readଚେତିଲେ ନବୀନ ହଟାଇଲେ ଜନସାଧାରଣ ଓ ତାଙ୍କ ମଝିରେ ଥିବା ମିଡିଲ୍ ମ୍ୟାନ୍ ବା ବଡ ବାଧକଙ୍କୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବ ପାଇଁ ସବୁବେଳେ ଜଣେ ମିଡିଲମ୍ୟାନ୍ କାର୍ଯ୍ୟକରେ । ଆଉ ବୋଧେ ଏଇଥିପାଇଁ ବାରମ୍ବାର ଅଭିଯୋଗ ହେବା ସହ ବଡ ବଡ ନେତା ଦଳମତ ଛାଡି ବିଜେପିରେ ମିଶିଛନ୍ତି । ସେ ମମତା ମହନ୍ତ ହୁଅନ୍ତୁ କି ସୁଜିତ୍ କୁମାର ବାରମ୍ବାର ଗୋଟେ ହିଁ ଅଭିଯୋଗ କରୁଥିଲେ । ଯେ ନିଜ ସମସ୍ୟ ଶୁଣିବା ପାଇଁ ସିଧା ସଳଖ ନବୀନଙ୍କୁ ଭେଟିବାକୁ ସୁଯୋଗ ମିଳୁନାହିଁ ।
ଖାଲି ମମତା ଓ ସୁଜିତ୍ କାହିଁକି ବିଜେଡି ଦଳର ଅନେକ ନେତା ଏଭଳି ଅଭିଯୋଗ ଆଣିଥିଲେ । ପାର୍ଟିରେ ବର୍ଷେ ବର୍ଷେ ଧରି କାମ କରିବା ପରେବି ସେମାନଙ୍କର ନବୀନଙ୍କ ସହ ଦେଖାହୋଇ ପାରିନାହିଁ । ବରଂ ସେ ନବୀନଙ୍କୁ ଦେଖାକରିବାକୁ ସବୁବେଳେ ମିଡିଲମ୍ୟାନଙ୍କ ସହ ଆଗ କଥା ହେବାକୁ ପଡିଥିଲା । କିନ୍ତୁ ଶୁକ୍ରବାର ସଂଧାରେ ୭ ସଂସାଦଙ୍କୁ ନେଇ ବସିଥିବା ବୈଠକରେ ବେଶ କୋଠର ଆଭିମୁଖ୍ୟ ଦେଖାଇଛନ୍ତି ବିଜେଡି ସୁପ୍ରିମୋ। ନବୀନଙ୍କୁ ଭେଟିବା ପାଇଁ ପୂର୍ବରୁ ଥିବା କଟକଣା ଆଉ ରହିବ ନାହିଁ ବୋଲି ସଂସଦୀୟ ଦଳ ବୈଠକରେ ସ୍ପଷ୍ଟ କରିଦେଇଛନ୍ତି । ଏବେ ନବୀନଙ୍କୁ ସିଧା ସଳଖ ଭେଟିପାରିବେ ନେତା । ଏହା ସହ ନବୀନ ବିଜେପି ସହ ଲଢ଼ିବାକୁ ଶକ୍ତିଶାଳୀ ହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । କିଛି ସମସ୍ୟା ଥିଲେ ସିଧାସଳଖ ତାଙ୍କୁ ଜଣାଇବାକୁ କହିଛନ୍ତି ସୁପ୍ରିମୋ । ଆଉ ସବୁଠୁ ବଡ କର୍ଣ୍ଣମନ୍ତ୍ର ଦେଇ ନବୀନ କହିଛନ୍ତି ଯେ ନେତାମାନେ ବିଜେପି ପ୍ରୋଲଭନରୁ ଦୂରେଇ ରୁହନ୍ତୁ ।
ନିର୍ବାଚନ ପୂର୍ବରୁ ମଧ୍ୟ ବିଜେଡି ଛାଡ଼ିଥିବା ଏକାଧିକ ନେତା ସେହି ସମାନ କଥା କହିଥିଲେ । ନିଜ ସମସ୍ୟା ଓ ଅସନ୍ତୋଷ ଜଣାଇବାକୁ ନବୀନଙ୍କୁ ଭେଟିବାର ସୁଯୋଗ ମିଳିନଥିବା ଖୋଲାଖୋଲି ଗଣମାଧ୍ୟମରେ ଅଭିଯୋଗ କରିଥିଲେ । ତେଣୁ ଚର୍ଚ୍ଚା ହେଉଥିଲା ନେତା ଓ ନବୀନଙ୍କ ଭେଟଘାଟରେ କିଏ ପାଲଟୁଛି ବାଧକ ।