Pratidin TV

Odisha's Digital News Platform

ବର୍ଷକରେ ଦୁଇଥର ଖେଳାଯିବ ଆଇପିଏଲ୍‌: ଜାଣନ୍ତୁ କାହିଁକି ଏମିତି କହିଲେ ପୂର୍ବତନ ଖେଳାଳି

1 min read

ନୂଆଦିଲ୍ଲୀ: ଆଇପିଏଲ ଶେଷ ହେବା ପରେ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ । ତେବେ ଏହି ଟି-୨୦ ସିରିଜ ପୂର୍ବରୁ ପୁଣିଥରେ ଆଇପିଏଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଆଇପିଏଲକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି । ଆକାଶ କହିଛନ୍ତି, ଖୁବଶୀଘ୍ର ବର୍ଷକୁ ୨ଥର ଆଇପିଏଲ ଦେଖିବାକୁ ମିଳିପାରେ । ଏହା ସୁନିଶ୍ଚିତ ।ଆକାଶ ଚୋପ୍ରା ନିଜର ୟୁ-ଟ୍ୟୁବ ଚ୍ୟାନେଲରେ ଆଇପିଏଲର ଫର୍ମାଟ କଣ ରହିବ ତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଆକାଶ କହିଛନ୍ତି, ଏବେ ଆଇପିଏଲରେ ୧୦ଟି ଟିମ ରହିଛି । ଆଗକୁ ଆଇପିଏଲର କଳେବର ଆହୁରି ବଡ ହୋଇପାରେ, ଏହାଦ୍ୱାରା ମ୍ୟାଚ୍ ସଂଖ୍ୟା ପୂର୍ବ ଅପେକ୍ଷା ବଢିବା ନିଶ୍ଚିତ ।

ତେଣୁ ଗୋଟିଏ ବଡ ଆଇପିଏଲ ଖେଳାଯିବ । ଯେଉଁଥିରେ ମ୍ୟାଚ୍ ସଂଖ୍ୟା ୯୪ ହୋଇପାରେ । ସେହିଭଳି ଗୋଟିଏ ଛୋଟ ଆଇପିଏଲ ଖେଳାଯିବ ଯେଉଁଥିରେ ପ୍ରତ୍ୟେକ ଟିମ୍ ପରସ୍ପର ବିରୋଧରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିପାରନ୍ତି । ଯାହା ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ ଶେଷ ହୋଇପାରିବ । ତେବେ ଏହା ସଙ୍ଗେ ସଙ୍ଗେ ହେବନି, ବରଂ ଏଥିପାଇଁ ୫ ବର୍ଷ ସମୟ ଲାଗିପାରେ । କିନ୍ତୁ ଏହା ନିଶ୍ଚିତ ।

Advertisement

ଆଇପିଏଲକୁ ନେଇ ସେତେବେଳେ ଚର୍ଚ୍ଚା ବଢିଥିଲା ଯେତେବେଳେ ରବି ଶାସ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ । ଶାସ୍ତ୍ରୀ କହିଥିଲେ, ଆଇପିଏଲ ଏତେ ବଡ ହୋଇଗଲାଣି ଆଗାମୀ ସମୟରେ ବର୍ଷକୁ ଦୁଇଟି ଆଇପିଏଲ ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ । ଏହା ହିଁ ଆଇପିଏଲର ଭବିଷ୍ୟତ । ଏସବୁ ଭିତରେ ଆଇସିସି ମୁଖ୍ୟ ମଧ୍ୟ କହିଛନ୍ତି ଯେ, ଯେଉଁଭଳି ଭାବେ ଲିଗ୍ କ୍ରିକେଟର କ୍ରେଜ ବଢିଲାଣି ତାହା ଦର୍ଶାଉଛି ଆଗାମୀ ଦିନରେ ଅର୍ନ୍ତଜାତୀୟ କ୍ରିକେଟ କମ ହୋଇପାରେ ।

Leave a Reply

Your email address will not be published. Required fields are marked *