Pratidin TV

Odisha's Digital News Platform

ଚୌଧୁରୀ ଚରଣ ସିଂହ, ପିଭି ନରସିଂହା ରାଓ ଓ ଏମଏସ୍ ସ୍ୱାମୀନାଥନଙ୍କୁ ମିଳିବ ଭାରତ ରତ୍ନ …

1 min read

ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି ତିନଜଣ । ପିଭି ନରସିଂହ ରାଓଙ୍କ ସହିତ ଚୌଧୁରୀ ଚରଣ ସିଂ ଓ ଏମ୍ ଏସ୍ ସ୍ୱାମୀନାଥନ ଏହି ତିନି ବିଶିଷ୍ଟ ବ୍ୟାକ୍ତିଙ୍କୁ ମିଳିବ ଭାରତ ରତ୍ନ ପୁରସ୍କାର । ସବୁଜ ବିପ୍ଳବର ଜନକ ହେଉଛନ୍ତି ଏମ୍ ଏସ୍ ସ୍ୱାମୀନାଥନ୍ , ଦେଶର ଦୁଇ ପୂର୍ବତପ୍ରଧାନ ମନ୍ତ୍ରୀ ଚୌଧୁରୀ ଚରଣ ସିଂ , ପିଭି ନରସିଂହ ରାଓ ମିଳିବାକୁ ଯାଉଛି ଭାରତ ରତ୍ନ ପୁରସ୍କାର । ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ପିଭି ପିଭି ନରସିଂହ ରାଓ , ୧୯୯୧ ରୁ ୯୬ ଯାଏଁ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କର ଦେଶ ପ୍ରତି ଅତୁଳନୀୟ ଅବଦାନ ରହିଛି । ତାଙ୍କ ସମୟରେ ଜଗତୀକରଣ ଯୋଗୁ ଦେଶର ଅର୍ଥନୈତିକ ପରିବର୍ତ୍ତନ ହୋଇଥିଲା । ସେହିପରି ଚୌଧୁରୀ ଚରଣ ସିଂ ମଧ୍ୟ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ । ସେ ତାଙ୍କର ସମଗ୍ର ଜୀବନକୁ କୃଷକଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ । ଜରୁରୀକାଳୀନ ବିରୋଧରେ ଦୃଢ ସ୍ୱର ଉଠାଇଥିଲେ । ସେହିପରି ଏମ୍ ଏସ୍ ସ୍ୱାମୀନାଥନ ସବୁଜ ବିପ୍ଳବ କ୍ଷେତ୍ରରେ ସାରା ବିଶ୍ୱରେ ପରିଚିତ । ସେ ଅଧିକ ଉତ୍ପାଦନ ଧାନ ଗହମ ପ୍ରଜାତିର ବିକାଶ କରିଥିଲେ ।

Leave a Reply

Your email address will not be published. Required fields are marked *