Pratidin TV

Odisha's Digital News Platform

ଏହି ୪ ରାଶିର ଝିଅ ଅତ୍ୟାନ୍ତ ଲକ୍ଷୀମନ୍ତ , ବିବାହ କଲେ ଫିଟିଯିବ ଭାଗ୍ୟ …

1 min read

ବିବାହ ଏକ ପବିତ୍ର ବନ୍ଧନ, ବିବାହ ଆଗରୁ ଅନେକ ଜାତକ ମେଳ କରିଥାନ୍ତି। ଗ୍ରହ ଓ ରାଶିର ଚଳନ ଗଣନା ବା ଜ୍ୟୋତିଷ ଶାସ୍ତ୍ର ଏକ ବିଜ୍ଞାନ ମଧ୍ୟ ଅଟେ। ଅନେକ ପୁଅଙ୍କ ଭାଗ୍ୟ ବିବାହ ପରେ ମଧ୍ୟ ଫିଟିଯାଏ, ଏହାର କାରଣ ଶାସ୍ତ୍ର କୁହେ ଉତ୍ତମ ଝିଅ ଲକ୍ଷ୍ମୀଙ୍କ ସ୍ୱରୂପ ନାରୀ ପ୍ରକୃତି ଏହା ବୃଦ୍ଧି ଓ ପ୍ରଗତି ର ଅନ୍ୟରୁପ। ତେବେ ଏଭଳି ୪ ରାଶି ଝିଅ ଯିଏ କି ପୁଅଙ୍କ ଭାଗ୍ୟ ବଦଳେଇବା ଶକ୍ତି ରଖିଥାନ୍ତି ଯିଏ ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ରୂପରେ ପୁଅ ମାନଙ୍କ ଜୀବନ ରେ ଗଭୀର ପ୍ରଭାବ ପକେଇବା ସହ ଜୀବନ ସୁଖମୟ କରିବା ଗୁଣ ନିଜସହ ନେଇ ଜନ୍ମ ହୋଇଥାନ୍ତି। ଏହାର ଅର୍ଥ ଏହା ନୁହେଁ ଯେ ଅନ୍ୟ ରାଶିର ଝିଅଙ୍କ ରାଶି ଦୋଷ ଥାଏ, ଏହାର ଅର୍ଥ କେବଳ ଏତିକି ଏହି ୪ ରାଶିର ଝିଅଙ୍କ ରାଶି ସବୁ ସମୟରେ ଅଧିକ ପ୍ରଭାବଶାଳୀ ରହିଥାଏ।

କର୍କଟ ରାଶି – ଏହି ରାଶିର ଝିଅ ବହୁତ୍ ଯତ୍ନଶୀଳ ବା କେୟରିଂ ନେଚର ର ଥାଆନ୍ତି। ଏମାନେ ନିଜ ପାର୍ଟନର ସହ ସମ୍ବେଦନଶୀଳ ହେବା ସହ ସପୋର୍ଟିଂ ପ୍ରକୃତିର ହୋଇଥାନ୍ତି। କର୍କଟ ରାଶି ଝିଅ ପରିବାର ଯତ୍ନ ନେବା ସହ ଘରର ପରିବେଶ ସନ୍ତୁଳିତ କରି ରଖନ୍ତି। ଏମାନେ ନିଜ ପାର୍ଟନର ଆବଶ୍ୟକତା ବୁଝିବା ସହ ନିଜକୁ ପରିସ୍ଥିତି ସହ ବଦଳାନ୍ତି।

Advertisement

ବୃଷ – ବୃଷ ରାଶି ଝିଅ, ସଚ୍ଚୋଟ ହେବ ସହ ପ୍ରତିଶ୍ରୁତି ବଦ୍ଧ ହୋଇଥାନ୍ତି। ଏମାନେ ନିଜ ପାର୍ଟନର ଠାରୁ ମିଳୁଥିବା ସୁରକ୍ଷା ଓ ସ୍ଥିରତା କୁ ସମ୍ମାନ ଦିଅନ୍ତି। ନିଜ ସଂପର୍କ କୁ ଚିରସ୍ଥାୟୀ ରଖିବାକୁ ଏମାନେ ଯତ୍ନଶୀଳ ହେବ ସହ ସବୁସମୟରେ ନିଜ ଜୀବନସାଥି ସହ ଛିଡା ହେଇ ରୁହନ୍ତି।

କନ୍ୟା ରାଶି – ଏହି ରାଶିର ଝିଅ ମାନେ ନିଜର ନିଷ୍ଠା ଓ ସମର୍ପଣ ପାଇଁ ପ୍ରଶଂସିତ ହୁଅନ୍ତି। ନିଜ ସଂପର୍କ କୁ ସନ୍ତୁଳିତ କରିବା କଳା ଏମାନଙ୍କ ପାଖେ ଭରିହେଇ ରହିଥାଏ। ଏମାନେ ନିଜ ଜୀବନସାଥି ଙ୍କୁ ସପୋର୍ଟ କରିବା ସହ ନିସର୍ତ୍ତ ସାହାଯ୍ୟ ଓ ଭଲପାଇବା ଦିଅନ୍ତି। ବୈବାହିକ ଜୀବନ ରେ ଛୋଟ ବଡ଼ ସବୁଦିଗ ଧ୍ୟାନ ଦେବାସହ, ନିଜ ପାର୍ଟନର ସହ ଶାନ୍ତିରେ ରହିବାକୁ ପସନ୍ଦ କରନ୍ତି।

ମକର ରାଶି – ଏମାନେ ଉଚ୍ଚ ଆକାଂକ୍ଷା ବିଶିଷ୍ଟ ଝିଅ ଅଟନ୍ତି, ନିଜ ପାର୍ଟନର କୁ ସଫଳତା ଓ ଉନ୍ନତି ଦିଗରେ ଯିବାପାଇଁ ସବୁବେଳେ ପ୍ରେରଣା ଦିଅନ୍ତି। ନିଜ ଆଦର୍ଶ ସହ କେବେବି ସାଲିସ କରନ୍ତି ନାହିଁ ଓ ଜୀବନର ଲକ୍ଷ ପୂରଣ କରିବାକୁ ସବୁବେଳେ ଚେଷ୍ଟିତ ଥାଆନ୍ତି। ନିଜ ପରିବାର ଓ ଜୀବନସାଥି ପାଇଁ ଏମାନେ ସମର୍ପିତ ରୁହନ୍ତି। ଯାହା ଏକ ସଫଳ ବୈବାହିକ ଜୀବନ ମୂଳଦୁଆ ପାଇଁ ଆବଶ୍ୟକ ଅଟେ।

ଏହି ୪ ପ୍ରକାର ରାଶିର ଝିଅ ରାଶି ସମଷ୍ଟି ରେ ଉଚ୍ଚ କୋଟିର ଅଟନ୍ତି। ତେବେ ବିବାହ ପ୍ରେମ ଓ ପରସ୍ପର ସହମତି ପ୍ରତୀକ ଅଟେ, ଯାହା ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଅଟେ।

Leave a Reply

Your email address will not be published. Required fields are marked *