Pratidin TV

Odisha's Digital News Platform

ଭାରତ ସହ ଏହି ୫ ଦେଶ ପାଳନ୍ତି ସ୍ୱାଧିନତା ଦିବସ

ଅଗଷ୍ଟ ୧୫ ଭାରତର ସ୍ୱାଧୀନତା ଦିବସ | ଯାହାକୁ ନେଇ ଖୁବ ଧୂମଧାମରେ ପାଳନ ହୁଏ ଏହି ଦିବସ | କାରଣ ଏହି ଦିନରେ ଇଂରେଜଙ୍କ ଠାରୁ ସ୍ୱାଧୀନ ପାଇଥିଲା ଭାରତ | ତେବେ ଏହି ସମାନ ଦଦିନରେ ଭାରତ ବାହାରେ ମଧ୍ୟ ପାଳନ ହୁଏ ସ୍ୱାଧୀନତା ଦିବସ |

ସୂଚନା ଅନୁଯାୟୀ କେବଳ ଭାରତ କେବଳ ଗୋଟିଏ ଦେଶ ନୁହେଁ ଏହିପରି ଆହୁରି ୫ଟି ଦେଶ ରହିଛି ଯିଏ ସମାନଙ ଦିନରେ ସ୍ୱାଧୀନତା ଦିବସ ପାଳନ କରିଥାଏ | ତେବେ ସେହିପରି ଦେଶ ରହିଛି ଦକ୍ଷିଣ କୋରିଆ | ଭାରତର ୨ ବର୍ଷ ପୂର୍ବରୁ ଦକ୍ଷିଣ କୋରିଆ ଜାପାନ ଠାରୁ ସ୍ୱାଧୀନ ହୋଇଥିଲା | ଅଗଷ୍ଟ ୧୫ ୧୯୪୫ ରେ ଆମେରିକା ଏବଂ ସୋଭିଏତ ସୈନମାନେ କୋରିଆକୁ ଜାପାନ ଦଖଲରୁ ମୁକ୍ତ କରିଥିଲେ | ସେବେଠୁ ଏଠାରେ ପ୍ରତିବର୍ଷ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଇଥାଏ | ଏହିଦିନ ଦକ୍ଷିଣ କୋରିଆରେ ନ୍ୟାସନାଲ ହଲିଡେ ହୋଇଥାଏ |

ତେବେ ବର୍ତ୍ତମାନ ଉତ୍ତର କୋରିଆ ଏହା ଅଲଗା ଦେଶ |କିନ୍ତୁ ପୂର୍ବରୁ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ଗୋଟିଏ ଦେଶ ଥିଲା | ତେଣୁ ଉତ୍ତର କୋରିଆ ମଧ୍ୟ ୧୫ ଅଗଷ୍ଟ ୧୯୪୫ ରେ ଜାପାନ ଠାରୁ ମୁକ୍ତ ହୋଇଥିଲା | ସ୍ୱାଧୀନତାର ୩ ବର୍ଷ ପରେ କୋରିଆ ବିଭାଜିତ ହୋଇଥିଲା | ଏହାପରେ ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆ ୨ଟି ପୃଥକ ଦଦେଶ ହୋଇଥିଲା |

ସେହିପରି ରହିଛି ବହରେ | ଅଗଷ୍ଟ ୧୫ ରେ ବ୍ରିଟେନ ଠାରୁ ସ୍ୱାଧୀନ ହୋଇଥିଲା ଏହି ଦେଶ | ୧୯୬0 ରୁ ବ୍ରିଟିଶ ସୈନମାନେ ବହାରେ ଛାଡିବା ଆରମ୍ଭ କରିଥିଲେ | କିନ୍ତ ୧୫ ଅଗଷ୍ଟ ୧୯୭୧ରେ ୨ ଦେଶ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା | ଯାହାପରେ ବହାରେ ଏକ ସ୍ୱାଧୀନ ଭାବେ ବ୍ରିଟେନ ସହ ସମ୍ପର୍କ ବଜାୟ ରଖିଥିଲା |

ଲିକଟେଷ୍ଟାଇନ ମଧ୍ୟ ଏହି ଦିନ ସ୍ୱାଧୀନତା ଦିବସ ପାଳନ କରେ | ୧୮୬୬ ଅଗଷ୍ଟ ୧୫ ରେ ଲିକଟେଷ୍ଟାଇନ ଜର୍ମାନୀ ଠାରୁ ମୁକ୍ତ ହୋଇଥିଲା | ଏହା ହେଉଛି ବିଶ୍ୱର ୬ଷ୍ଠ ଦେଶ | ୫ ଅଗଷ୍ଟ ୧୯୪0ରେ ଲିକଟେଷ୍ଟାଇନ ସରକାର ଆନୁଷ୍ଠାନିକ ଭାବରେ ଅଗଷ୍ଟ ୧୫କୁ ନ୍ୟାସନାଲ ହଲିଡେ ଘୋଷଣା କରିଥିଲେ | ସେବେଠାରୁ ଲିକଟେଷ୍ଟାଇନ ମଧ୍ୟ ଭାରତ ଦେଶ ପରି ଏହି ଦିନ ସ୍ୱସ୍ୱାଧିନତା ଦିବସ ପାଳନ କରିଥାଏ |

ଅନ୍ୟପଟେ ୧୮୮0 ପରଠାରୁ କଙ୍ଗୋ ଉପରେ କବଜା କରିଥିଲା ଫ୍ରାନ୍ସ | ଅଗଷ୍ଟ ୧୫, ୧୯୬0 ରେ ଆଫ୍ରିକୀୟ ଦେଶ କଙ୍ଗୋ ଫ୍ରାନ୍ସ ଠାରୁ ସ୍ୱାଧୀନ ହୋଇଥିଲା | ଏହାପରେ କଙ୍ଗୋ ଡେମୋକ୍ରାଟିକ ରିପବ୍ଲିକ ହୋଇଥିଲା |

Leave a Reply

Your email address will not be published. Required fields are marked *