ମେଟ୍ରିକ୍ ପରୀକ୍ଷାରେ ଫଳ ଶୂନ: ସ୍କୁଲର ତାଲିକା ଜାରି କଲା ଶିକ୍ଷା ବିଭାଗ
1 min readଭୁବନେଶ୍ୱର: ବୁଧବାର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳପ୍ରକାଶ ପାଇଛି । କଟକ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଗଶଶିକ୍ଷାମନ୍ତ୍ରୀ ସମୀରଞ୍ଜନ ଦାସ ଅନୁଷ୍ଠାନିକଭାବେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ପାସ ହାର ୯୦.୫୫ ପ୍ରତିଶତ ବୋଲି ଜଣାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଚଳିତ ବର୍ଷ ୩ଟି ସ୍କୁଲରେ କୌଣସି ପିଲା ପାସ କରିନାହାନ୍ତି । ମାଲକାନଗିରିର ୨ଟି ଓ ଅନୁଗୁଳର ଗୋଟିଏ ସ୍କୁଲରେ ଶୂନ ରେଜଲ୍ଟ ହୋଇଛି । ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ଜଣ ପିଲା ପଢୁଥିଲେ । ଅନୁଗୁଳର ଉକ୍ତ ସ୍କୁଲରେ ମାତ୍ର ୨ଜଣ ପିଲା ପଢୁଥିଲେ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ପିଲା ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୫,୧୭,୮୪୭ଜଣ ପିଲା ପାସ କରିଥିବାବେଳେ ୮୬୯୯ଜଣ ପିଲା ଫେଲ ହୋଇଛନ୍ତି । ୨,୫୬,୮୭୭ଜଣ ଛାତ୍ର ପାସ କରିଥିବାବେଳେ ୨,୬୦,୯୬୦ଜଣ ଛାତ୍ରୀ ପାସ କରିଛନ୍ତି ।ଏ-୧ରେ ୮୧୧୯ଜଣ ଛାତ୍ରଛାତ୍ରୀ ପାସ କରିଥିବାବେଳେ ଏ-୨ରେ ୫୪,୮୮୯ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ।ସେହିପରି ବି-୧ରେ ୧୨୦୨୦୩, ବି-୨ରେ ୧୪୨୨୬୬, ସି-୧ରେ ୧୬୧୧୧, ଡି-ରେ ୫୯୨୪୫, ଇ-ରେ ୧୪୬୪୭, ଏଫ-ରେ୭୭୯୦ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ୧୧୭୦ ସ୍କୁଲର ସମସ୍ତ ପିଲା ପରୀକ୍ଷାରେ ପାସ କରିଛନ୍ତି ।
ତେବେ ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ପିଲା ରି-ଚେକିଂ କରାଇ ପାରିବେ । ରି-ଚେକିଂ ପାଇଁ ଜୁଲାଇ ୧୧ରୁ ଅନଲାଇନ ଯୋଗେ ଆବେଦନ କରାଯାଇପାରିବ । ଜୁଲାଇ ୧୧ରୁ ୨୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।