ମହାରାଣୀ ଅନ୍ଦାଜରେ ଶାଶୁ ଘରେ ପ୍ରବେଶ କଲେ ପରିଣୀତି ଚୋପ୍ରା, କହିଲେ ଦୁନିଆର ସବୁଠାରୁ ବେଷ୍ଟ ପରିବାର ମତେ ମିଳିଛି..
1 min readନୂଆଦିଲ୍ଲୀ: ଦୀର୍ଘଦିନ ହାଇଲାଇଟରେ ରହିବା ପରେ ଏକ ହୋଇସାରିଛନ୍ତି ପରିଣୀତି ଏବଂ ରାଘବ । ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ସେପ୍ଟେମ୍ବର ୨୪ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଉଦୟପୁରର ଲୀଲା ପ୍ୟାଲେସରେ ରାଜକୀୟ ଢଙ୍ଗରେ ବିବାହ କରିଥିଲେ । ଯେଉଁଥିରେ ବଲିଉଡରୁ ରାଜନୀତି ପର୍ଯ୍ୟନ୍ତ ବଡ ବଡ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । ପୋଷାକ ଠାରୁ ଆରମ୍ଭ କରି ବିବାହ ସ୍ତାନ ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାରେ ରହିଛି ।ବିବାହ ପରେ ରାଘବଙ୍କ ପରିଣୀତି ତାଙ୍କ ଶାଶୁ ଘରକୁ ବାହାରିଥିଲେ । ଶାଶୁର ଘରେ ପହଞ୍ଚିବା ପରେ ତାଙ୍କୁ ବଡ ଧୁମଧାମରେ ସ୍ୱାଗତ କରିଯାଇଛି । ଢୋଲ ଏବଂ ବାଜା ଡ୍ରମ ବଜାଇ ବାଣ ଫୁଟାଇ ବୋହୂ ପରିଣୀତିଙ୍କୁ ସ୍ୱାଗତ କରାଯାଇଥିଲା । ପୁରା ଘରକୁ ଫୁଲରେ ସଜାଯାଇଥିଲା ଏବଂ ବୋହୂକୁ ରାଣୀ ପରି ସ୍ୱାଗତ କରାଯାଇଥିଲା ।
ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏହି ସୁନ୍ଦର ଦମ୍ପତି ବିବାହ ପରବର୍ତ୍ତୀ ରୀତିନୀତିକୁ ସମ୍ପନ୍ନ କରୁଥିବା ନଜର ଆସୁଛନ୍ତି । ଏହି ଭିଡିଓରେ ଶାଶୁ, ଶାଶୁ ଏବଂ ସମସ୍ତ ଅତିଥି ପାରିଣୀତିଙ୍କୁ ସ୍ୱାଗତ କରିବାକୁ ଛିଡା ହୋଇଛନ୍ତି । ପୁରା ଘରକୁ ଧଳା ଫୁଲରେ ସଜାଯାଇଥିଲା । ଭିଡିଓରେ ଦେଖାଦେଇଛି ଶାଶୁଘରେ ପରିଣୀତିଙ୍କୁ ମହାରାଣୀ ଭଳି ସ୍ୱାଗତ କରିଛନ୍ତି ।
ଆଉ ସେ ସେଠାରେ ନିଜ ମହାରାଣୀ ଭଳି ଅନୁଭବ ମଧ୍ୟ କରୁଛନ୍ତି । ପାରିଣୀତିଏବଂ ତାଙ୍କ ଶାଶୁଙ୍କ ମଧ୍ୟରେ ମଧୁର ସମ୍ପର୍କର ଦେଖିବାକୁ ମିଳିଥିବା ବେଳେ ଶେଷରେ ସ୍ୱାମୀ ରାଘବଙ୍କୁ ଆଲିଙ୍ଗନ କରି କହିଛନ୍ତି, ‘ଏହା ଦୁନିଆର ସବୁଠାରୁ ଭଲ ପରିବାର କାରଣ ସେମାନେ ମୋତେ ରାଣୀ ଭଳି ଅନୁଭବ କରାଇଛନ୍ତି । ଏବେ ରାଘବ ଏବଂ ପରିଙ୍କ ବିବାହକୁ ପଞ୍ଜାବୀ ୱେଡିଙ୍ଗ ଅଫ ଦ ଇୟର ମଧ୍ୟ କୁହାଯାଉଛି ।