Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀ ବୀମା କରାଇ ଦେବାକୁ କହି ଲୁଟୁଥିଲେ, ୧୪ ଜଣଙ୍କୁ ବାନ୍ଧିଲା ପୋଲିସ…

ପ୍ରଧାନମନ୍ତ୍ରୀ ବୀମା କରିବା ନାଁର ଠେକଇ । ୧୪ ଜଣ ଅପରାଧୀଙ୍କୁ ବାନ୍ଧିଲା ସାଇବର ପୋଲିସ । ଚାଷୀଙ୍କ ଜମିପଟ୍ଟା ଜରିଆରେ ଋଣ କରି ଚଳୁ କରୁଥିଲେ କୋଟି କୋଟି ଟଙ୍କା । ୧୦ କୋଟି ରୁ ଉର୍ଦ୍ଧ ଟଙ୍କାର ଋଣ ଲୁଟ କରିଥିବା ନେଇ ସୂଚନା ଦେଲା ପୋଲିସ । ହଁ ଆଜ୍ଞା ଚାଷୀଙ୍କ ଆଖିରେ ଧୂଳି ଦେଇ କରୁଥିଲେ କୋଟି କୋଟି କୋଟି ଟଙ୍କା ହରଲୁଟ କରୁଥିଲେ ୧୪ ଜଣିଆ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ପର୍ଦାଫାସ କରିଛି ବଲାଙ୍ଗୀର ପୋଲିସ । ତେବେ ଚାଷୀଙ୍କ ଜଜମିପଟ୍ଟା କୁ ବ୍ୟବହାର କରି । ତାଙ୍କ ନାମରେ ଓ ପରିବାର ଲୋକଙ୍କ ନାମରେ ଭୁଲ ତଥ୍ୟ ଦେଇ ଠେକଇ କରୁଥିଲେ ଦୁର୍ବୁତ୍ତ । ଜିଲ୍ଲାର ବହୁ ସିଏଚସି ସେଣ୍ଟର ରେ ଏମାନେ କାମ କରି ଏଭଳି ଠକେଇ କରିଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼, ବେଳପଡା , ସେିନ୍ଧେକଲା, କଣ୍ଟାବାଞ୍ଜି , ତେୁରେଇକଲା , ମୁରିବାହାଲ ଭଳି ଅଞ୍ଚଳେର ଏମାନେ ଏଭଳି ପ୍ରଧାନ ମନ୍ତ୍ରୀ ବୀମା ଯୋଜନା ରେ ଚାଷୀଙ୍କ ଋଣ କରି ଠକିଥିବା କହିଛି ପୋଲିସ । ପେରି ଠକେଇ କରି ଆଜି ପର୍ଯ୍ୟନ୍ତ ୧୦ କୋଟି ଟଙ୍କାର ଋଣ ହେରେଫର କରିଥିବା ବେଳେ ଲକ୍ଷାଧିକ ଟଙ୍କା ନିଜେ ଚଳୁ କରୁଥିବା ସୂଚନା ଦେଇଛି ପୋଲିସ । ଆଜି ପୋଲିସ ଏଥିରେ ସମ୍ପୃକ୍ତ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପେଟ ଗିରଫ ହୋଇଥିବା ଦୁବୁର୍ତ୍ତ ମାନଙ୍କ ଠାରୁ ଏହି କାମ ପାଇଁ ବ୍ୟବହାର କରୁଥିବା ୭ ଟି ଲାପଟପ, ୧୦ ଟି କମ୍ପ୍ୟୁଟର, ସହ ପ୍ରିଣ୍ଟର , ୧୬ ଟି ମୋବାଇଲ ସହ ବହୁ କାଗଜପତ୍ର ଜବତ କରାଯାଇଛି । ତେବେ ଏହାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଆହୁରି ବହୁ ଲୋକଙ୍କ ସମ୍ପୃକି ରହିଥିବା ସହ କିଛି ଚାଷୀ ମଧ୍ୟ ସମ୍ପୃକ୍ତ ଥିବା ସୂଚନା ଦେଇଛି ପୋଲିସ ।

Leave a Reply

Your email address will not be published. Required fields are marked *