Pratidin TV

Odisha's Digital News Platform

ନିଦ କଲା ସର୍ବନାଶ , ଶୋଇଥିବା ବେଳେ ଘରେ ପଶି କଳାକନା ବୁଲାଇଦେଲା ଚୋର ।

1 min read

ଭଦ୍ରକ ; ନିଦ ସାଜିଲା ସର୍ବନାଶର କାରଣ । ଘରେ ଶୋଇଥିବା ବେଳେ ଦୁର୍ବୁତ୍ତ ମାନେ ଘରେ ପସି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ୨୦ ହଜାର ଟଙ୍କା ଲୁଟିନେଲେ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅଧିନସ୍ଥ ନିର୍ଗୁଣ୍ଡି ପଂଚାୟତ ଗୁହାଳିଆ ଗ୍ରାମରେ ।

ଏହି ଗ୍ରାମର ପିତାମ୍ବର ପ୍ରଧାନ ଓ ତାଙ୍କ ପରିବାର ଲୋକ ମାନେ ଗତ କାଲି ରାତିରେ ଶୋଇ ଥିବା ବେଳେ ଦୁର୍ବୁତ୍ତ ମାନେ ଘରର ଝରକା କବାଟ ଭାଙ୍ଗି ଘର ଭିତରେ ପଶି ଯେଉଁ ବାକ୍ସ ରେ ସୁନା ଅଳଙ୍କାର ଓ ଟଙ୍କା ରଖିଥିଲେ ତାକୁ ନେଇ ଯାଇଥିଲେ । ପରେ ଗାଁ ଠାରୁ କିଛି ଦୂରରେ ଏକ ବିଲରେ ବାକ୍ସ ଭାଙ୍ଗି ସୁନା ଅଳଙ୍କାର ଏବଂ ୨୦ ହଜାର ଟଙ୍କା କୁ ନେଇ ଯାଇ ବାକ୍ସ କୁ ଫୋପାଡ଼ି ଦେଈ ପଳାଇ ଯାଇଛନ୍ତି ।

Advertisement

ଆଜି ପିତାମ୍ବର ପୋଲିସ ରେ ଜଣାଇବା ପରେ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ରେ ଗାଁ ରେ କେହି ସମ୍ପୃକ୍ତ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *