ଜଗତଜନନୀ ମା’ ସାରଳା ଙ୍କ ମନ୍ଦିର ହୁଣ୍ଡୀରୁ ଚୋରୀ ; ପ୍ରଶାସନିକ ଅବହେଳାକୁ ଦାୟୀ କଲେ ସେବାୟତ ସନ୍ଧାନୀ କୁକୁର ଦ୍ଵାରା ଚାଲିଛି ତଦନ୍ତ …………..
1 min readଜଗତସିଂହପୁର ; ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଇଛନ୍ତି ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ ହୁଣ୍ଡି ଭାଙ୍ଗି ଲୁଟିନେଇଛନ୍ତି ଦାନ ଟଙ୍କା । ସୌନ୍ଦର୍ୟ୍ୟକରଣ କାମ ଚାଲିଥିବା ବେଳେ କେତେକ ସ୍ଥାନ ଭଙ୍ଗା ଯାଇଥିଲା । ଯାହା ଫଳରେ ଚୋରି କରିବାକୁ ଚୋରମାନଙ୍କୁ ସୁବିଧା ହୋଇଛି । ଅନ୍ୟପଟେ ମନ୍ଦିର ପରିସରରେ ଫାଣ୍ଡି ଥିବା ସତ୍ୱେ କିଭଳି ଚୋରି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।
ତେବେ ସିସିଟିଭି ଆଧାରରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ରେଂଚି, କଟର ସହ ଟଙ୍କା ଜବତ କରିଛି । ୭ଲକ୍ଷ ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି ।