Pratidin TV

Odisha's Digital News Platform

ଆଳିରେ ବଢୁଛି ଚୋରଙ୍କ ଉତପାତ୍ ; ବାଡ଼ିପଟେ ମଦ ପିଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା…

ଆଳି : ପୁଣି ମାତିଲେ ଲୁଟେରା, ଶିକାର ହେଲେ ସାଧାରଣ । ଲୋକ ବାଡ଼ି ପଟେ ୩ ଜଣ ଦୃବୁତ ମଦ ପିଇଲେ ଆଉ ଲୁଟି ନେଇ ଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା । ଆଳି ଥାନା ଅନ୍ତର୍ଗତ ହଦୁଆ ଗ୍ରାମର ଅଶୋକ କୁମାର ସାମଲଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେ ୩ ଜଣ ଦୁର୍ବୁର୍ତ୍ତ ହାତରେ ଠେଙ୍ଗା ଧରି ଘରେ ପଶି ଲୁଟିନେଲେ ଲକ୍ଷା ଧିକ ଟଙ୍କାର ଅଳଙ୍କାର ଆଉ ଟଙ୍କା ।

ପିଡୀତଙ୍କ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଘର ଛାତ ଦେଇ ପଶି ଥିଲେ ୩ ଜଣ ଡକାୟତ । ପ୍ରଥମେ ଅଶୋକଙ୍କ ବୋହୂ ଶୋଇଥିବା ଘରେ ପଶି ଠେଙ୍ଗାରେ ଧମକାଇବା ସହ ତାଙ୍କ ନାବାଳକ ନାତିକୁ ନିଜ କବଜାରେ ରଖି ସୁନା ଗହାଣା ଓ ଟଙ୍କା ଗଡରେଜରୁ କାଢି ସେମାନଙ୍କ ବ୍ୟାଗ୍‌ରେ ପୁରାଇବାକୁ କହିଥିଲେ । ପରିବାର ଲୋକେ ମଧ୍ୟ ଭୟରେ ସେମାନଙ୍କ କଥା ଅନୁଯାୟୀ ସବୁ କରିଥିଲେ । ତେବେ ସେଠ।ରୁ ଲୁଟ୍ କରିବା ପରେ ସୁଯୋଗ ଦେଖି ଲୁଟେରାମାନେ ଚମ୍ପଟ ମାରିଥିଲେ ।

ତେବେପାଖରେ ଏକ ପୋଲିସ୍ର ଫାଣ୍ଡି ଥିବା ସ୍ୱତେ ଗତ ୧୮ ତାରିଖ ରାତିରେ ନକଲି ବନ୍ଧୁକ ଦେଖାଇ ଗୋବିନ୍ଦପୁର ଏକ ଆଖୀ ଡାକ୍ତର ଙ୍କ ଘରୁ ଲୁଟ୍ ହେଇ ଥିବା ବେଳେ ପୁଣି ଏପରି ଘଟଣା କୁ ସ୍ଥାନୀୟ ଜନସାଧାରଣ ପୋଲିସ୍ ର ରାତି ପେଟ୍ରୋଲିଂ କାର୍ଯ୍ୟ ଉପରେ ପ୍ରଶ୍ନ ଉଠେଇଛନ୍ତି।

Leave a Reply

Your email address will not be published. Required fields are marked *