Pratidin TV

Odisha's Digital News Platform

୨ ମାସର ଶିଶୁ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ରୁପା …

1 min read

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଖୁଦପେଜ ଗ୍ରାମରେ ସୁନ୍ଦର ସୁନ୍ଦରଶ୍ୟାମ ଶତପଥୀ ଙ୍କ ଘରେ ରାତ୍ରି ସାଢେ ନଅ ରେ ସଶସ୍ତ୍ର ଡକାୟତି। ମୁଖା ପିନ୍ଧା ସଶସ୍ତ୍ର ଡ଼କାୟତ ଘରେ ପଶି ପରିବାର ସଦସ୍ୟଙ୍କ ହାତଗୋଡ଼ ବାନ୍ଧି ଅତର୍କିତ ଆକ୍ରମଣ କରିଥିଲେ । ଘରର ୨ ମାସର ଶିଶୁ ମୁଣ୍ଡରେ ବନ୍ଧୁକ ରଖି ପରିବାର ଲୋକଙ୍କୁ ଭୟଭୀତ କରି ଘରରୁ ଲକ୍ଷାଧିକ ଟଙ୍କା ଓ ସୁନା ରୁପା ନେଇ ଯାଇଛନ୍ତି।

ଡକାୟତ ମାନେ ୩ଜଣଙ୍କୁ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରି ଲହୁଲୁହାଣ କରି ଆଘାତ କରିଛନ୍ତି। ସୁନ୍ଦର ଶ୍ୟାମ ଙ୍କୁ ମୁଣ୍ଡ ପଛ ପଟେ ବନ୍ଧୁକରେ ଆଘାତ କରିଥିବା ବେଳେ ତାଙ୍କୁ ପ୍ରଥମେ ଖଡ଼ିଆଳ ହସ୍ପିଟାଲ ଓ ପରେ ନୂଆପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ବର୍ତ୍ତମାନ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ପରିବାର ଲୋକେ କହିଛନ୍ତି । ସୁନ୍ଦରଙ୍କ ବାପା ଭରତଙ୍କ ମୁଣ୍ଡରେ ଆଘାତ କରିଛନ୍ତି ଓ ମାଆ ଜମ୍ବୁଙ୍କ ଗୋଡ଼ ବାଡେଇ ଭାଙ୍ଗିଦେଇଛନ୍ତି । ସଶସ୍ତ୍ର ଡ଼କାୟତ ମାନଙ୍କ ମଧ୍ୟରୁ କିଛି ଚିହ୍ନା ମୁହଁ ଥିବା ବେଳେ ଅନେକ ମୁଖା ପିନ୍ଧିଥିବା ପରିବାର ଲୋକେ କହିଛନ୍ତି । ଘଟଣା ପରେ ଖଡ଼ିଆଳ ପୋଲିସ କୁ ଯୋଗାଯୋଗ କରିବାରୁ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ଆରକ୍ଷୀ ଅଧ୍ୟକ୍ଷକ ଆର ଗୁଣ୍ଡାଲା ରେଡି ,ଏସ୍ଡିପିଓ ଅରୁପ ଅଭିଷେକ ବେହେରା ,ଖଡ଼ିଆଲ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରମୁଖ ଘଟଣା ର ତଦନ୍ତ କରୁଥିବା ବେଳେ ଡ୍ରଗ ସ୍କ୍ୱାର୍ଡ ମଧ୍ୟ ପହଁଚିଛନ୍ତି ।

Advertisement

ସୁନ୍ଦରଙ୍କ ବଡ଼ଭାଇ ରାଧେଶ୍ୟାମ ଶତପଥୀ କହିଛନ୍ତି, ଡକାୟତି ହେଉଥିବା ଘର ବାହାରୁ ଥାଇ ଜାଣିବା ପରେ ସେ ପୁଲିସକୁ ସୂଚନା ଦେଇଥିଲେ। ଭିତରେ ପଶିବାକୁ ସାହାସ ନ ହେବାରୁ ପାଖ ପଡ଼ୋଶୀଙ୍କୁ ଡାକି ଆଣି ଘରେ ପହଞ୍ଚି ଥିଲେ। ଘର ଭିତରେ ପହଞ୍ଚି ଦେଖିଲା ବେଳକୁ ଡକାୟମାନେ ସମସ୍ତ ପରିବାର ସଦସ୍ୟଙ୍କୁ ମାଡ଼ମାରି ଲହୁଲୁହାଣ କରିବା ପରେ ବାନ୍ଧି ପକାଇଥିଲେ। ସମସ୍ତ ଗହଣା ଓ ସୁନା ନେଇ ଡକାୟତମାନେ ଫେରାର ହୋଇଯାଇଥିଲେ। ପରିବାର ସଦସ୍ୟଙ୍କୁ ଉଦ୍ଧାର କରିବା ପରେ ଡାକ୍ତରଖାନା ନିଆଯାଇଥିଲା।

Leave a Reply

Your email address will not be published. Required fields are marked *