Pratidin TV

Odisha's Digital News Platform

ପୁରୀରେ ଚୋରୀ ; ସାଇକେଲରେ ଆସି ମନ୍ଦିରରୁ ମୂର୍ତ୍ତି ନେଇ ଛୁ

1 min read

ପୁରୀ : ପୁରୀ ଟାଉନ ଥାନା ଅଧିନ ଶନି ମନ୍ଦିର ଛକରେ ଥିବା ଲକ୍ଷ୍ମୀନୃସିଂହ ମନ୍ଦିରରୁ ଚୋରି ହୋଇଛି । ପ୍ରଭୁ ନୃସିଂହଙ୍କ ଜନ୍ମଦିନରେ ସାଇକେଲରେ ଆସି ମନ୍ଦିର ଭିତରେ ପଶି ଲକ୍ଷ୍ମୀନୃସିଂହଙ୍କ ମୂର୍ତ୍ତି ଚୋରି କରି ନେଇଛି ଜଣେ ଦୁର୍ବୁତ୍ତ। ଏନେଇ ମନ୍ଦିର କମିଟି ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ମୂର୍ତ୍ତି ଚୋରି ସମୟର ଭିଡ଼ିଓ ସିସିଟିଭିରେ କଏଦ ହୋଇଥିବା ବେଳେ ପ୍ରାୟ ୬ଫୁଟର ଏହା ଅଷ୍ଟଧାତୁ ମୂର୍ତ୍ତି ବୋଲି ଜଣାପଡିଛି। ଦୁର୍ବୁତ୍ତ ଜଣକ ସନ୍ଧ୍ୟା ସମୟରେ ସାଇକେଲରେ ଆସି ମନ୍ଦିର ଭିତରକୁ ଯାଇ ଏକ ବ୍ୟାଗରେ ମୂର୍ତ୍ତିଟିକୁ ଆଣିଥିବା ସିସିଟିଭିରେ ଦେଖିବାକୁ ମିଳିଛି।

Advertisement

Leave a Reply

Your email address will not be published. Required fields are marked *