Pratidin TV

Odisha's Digital News Platform

ସ୍ମାର୍ଟ ସିଟିର ସ୍ମାର୍ଟ ଚୋର

1 min read

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ଅନେକ ପ୍ରକାରର ଅପରାଧ । ସେ ସାଇବର ଠକାମି ହେଉ କି ରାତା ରାତି ଲୁଟ୍ । ଏବେ ଚୋରମାନେ ଅତି ସର୍ତକତାର ସହ ଲୁଟିନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ସେହିଭଳି ରାଜଧାନୀ ଭୁବନେଶ୍ୱରର ଡମଣା ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଲୁଟିନେଲା ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଓ ମୋବାଇଲ୍ ।

ସୂଚନା ଅନୁଯାୟୀ ଡମଣା ଛକରେ ଥିବା ଦିଲୀପ୍ କମୁନିକେସନ୍ ମୋବାଇଲ ଦୋକାନରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କା ସହ ଦାମିଫୋନ ଗୁଡିକୁ ମଧ୍ୟ ଚମ୍ପଟ ମାରିଦେଇଛି ଚୋର । ପ୍ରତ୍ୟକ ଦିନ ଭଳି ଗତକାଲି ରାତିରେ ମଧ୍ୟ ଦୋକାନ ବନ୍ଧ କରି ମାଲିକ ଶେଷରେ ଘରକୁ ଯାଇଥିଲେ । ରାତିର ସୁଯୋଗ ଉଠାଇ ଜଣେ ଚୋର ପଶିଥିଲା ଦୋକାନ ଭିତରେ ଯାହା ସେଠାରେ ଥିବା ସିସିଟିଭିରେ କଏଦ ହୋଇଯାଇଥିଲା । ଏହାପରେ ଦୋକନ ଭିତରେ ପଶି ଲକର ତାଡି ସେଥିରେ ଥିବା ୧୦ ଲକ୍ଷକୁ ବ୍ୟାଗରେ ପୁରାଇବା ସହ ଦାମି ମୋବାଇଲଗୁଡିକ ତଥା ଭିବୋ,ଓପୋ,ୱାନ୍ ପ୍ଲସ୍ ଏବଂ ଅନେକ ଗୁଡିଏ ଆଇ ଫୋନ୍ ଗୁଡିକୁ ଖୋଳ ଭିତରୁ କାଢି ବ୍ୟାଗ୍ ମଧ୍ୟରେ ଭର୍ତ୍ତି କରିଥିଲା ।

Advertisement

ଯାହା ସେଠାରେ ଲାଗିଥିବା ସିସିଟିଭିରେ ସମ୍ପୂର୍ଣ୍ଣ ଭାବରେ କଏଦ୍ ହୋଇଥିଲା । ଚୋରଟି ନିଜ ମୁହରେ ଏକ କପଡାକୁ ଏପରି ଭିଡିଥିଲା ଯାହା ଦ୍ୱାରା ତା ମୁହଁଟିକୁ କୌଣସି ପରିସ୍ତିତିରେ ମଧ୍ୟ ଚିହ୍ନି ହେବ ନାହିଁ । ଚୋରଟି ଯିବା ସମୟରେ ସିସିିଟିଭି ନିକଟକୁ ଯାଇ ତାକୁ ଭାଙ୍ଗିଦେଇ ସେଠାରୁ ଚାଲିଯାଇଥିଲା । ସକାଳୁ ଦୋକାନର ମାଲିକ ସେଠାରେ ପହଞ୍ଚି ଏସବୁ ଦେଖି ତୁରନ୍ତ ଡମଣା ପୋଲିସ୍ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ୍ ସିସିଟିଭି ଭିଡିଓ ଆଧାରରେ ତଦନ୍ତ ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *