Pratidin TV

Odisha's Digital News Platform

ଚୋରର ଆତଙ୍କ; ୬ ଟି ଛେଳି ସହ ରୋଷେଇ ଘରୁ ସିଲିଣ୍ଡର ଟେକି ନେଇଗଲା ଚୋର, ଚିନ୍ତାରେ ଗାଁଲୋକ

1 min read

ଜଗତସିଂହପୁର: ଦିନକୁ ଦିନ ଗାଁରେ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରେ । ଦିନ ହେଉ କି ରାତି ଅ୍ଧମ କିଛି ନ ମାନି ଘରେ ପଶି ଲୁଟିଛାଲନ୍ତି ଲୋକଙ୍କକଷ୍ଟ ଅର୍ଜିତ ଧନସମ୍ପତ୍ତି । ପୋଲିସକୁ ଭୟ ନ କରି ଚଳାଇଛନ୍ତି ନିଜ ଗୁଣ୍ଡା ରାଜ । ଚୋରୀ କରିବା ସହ ନିରୀହ ଲୋକଙ୍କୁ ବି ଜୀବନରୁ ମାରି ଦେବାକୁ ପଛାଉ ନାହାନ୍ତି । ଖାଲି ସୁନା ଗହଣା ନୁହେଁ ଘରୁ ଗୃହପାଳିତ ପଶୁଙ୍କୁ ବି ଚୋରୀ କରି ନେଉଛନ୍ତି ଲୁଟେରା । ଜଗତସିଂହପୁର ଥାନା ଅନ୍ତର୍ଗତ ପିତେଇପୁର ପଞ୍ଚାୟତ କୋକଳିପୁର ଗ୍ରାମରେ ଦିନ କୁ ଦିନ ଚୋରମାନେ ଆତଙ୍କ ଖେଳାଉଛନ୍ତି । ଯେଉଁଥିପାଇଁ ଜନ ସାଧାରଣ, ଏବଂ ଗୃହ ପାଳିତ ପଶୁ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଏନେଇ ପୋଲିସକୁ ଅଭିଯୋଗ କରିବା ପରେପୋଲିସ କାର୍ଯ୍ୟାନୁଷ୍ଠାନ ଦେଖି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତଦନ୍ତ ଆଳରେ ପୋଲିସ ର ନୀରବତା କୁ ନେଇ ସେଠାକର ବାସିନ୍ଦାଙ୍କ ମନରେ ନିଜ ସୁରକ୍ଷାକୁ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ସୂଚନା ମୁତାବକ, ଗତ ୨୯ତାରିଖ ମଧ୍ୟ୍ୟ ରାତ୍ର ରେ କୋକଳିପୁର ଗ୍ରାମର ଜନ ସାଧାରଣ ଖାଇ ପିଇ ଶୋଇସାରିବା ପରେ ନିମପୁର ଗ୍ରାମର କେତେକ ନିଶାସକ୍ତ ଯୁବକ ସନାତନ ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳ ଘରୁ ୬ ଟି ଛେଳି ଚୋରି କରି ନେଇଥିବା ବେଳେ କୋକଳିପୁର ଗ୍ରାମର ରାଜେଶ କୁମାର ସେନାପତି ଏବଂ ଝାଟୁ ବେହେରା ଙ୍କ ଘର କବାଟ ତାଡି ଗ୍ୟାସ ସିଲିଣ୍ଡର ଉଠାଇ ନେଇଥିଲେ । ଘର ର ଆସବାସ ପତ୍ର, ଗୃହ ଉପକରଣ ଆଦି ଚୋରିକରି ନେଇ ଘରେ କଳାକନା ବୁଲାଇ ସର୍ବସ୍ୱ ଲୁଟି ନେଇଛନ୍ତି ଲୁଟେରା ।ଏ ସମ୍ପର୍କ ରେ କୋକଳିପୁର ଗ୍ରାମବାସୀ ଜଗତସିଂହପୁର ଥାନା ଅଧିକାରୀ ଙ୍କୁ ବ୍ୟକ୍ତି ଗତ ଭାବେ ଭିନ୍ନଭିନ୍ନ ଅଭିଯୋଗ ପ୍ରଦାନ କରିଛନ୍ତି । ହେଲେ ପୋଲିସ ଅଭିଯୋଗ କୁ ପଞ୍ଜୀକରଣ କରି ତଦନ୍ତ ଆଳରେ ନୀରବରେ ବସିରହିଛି । ଏଥିନେଇ ଗ୍ରାମବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ମିଡିଆ ସାମ୍ନାରେ ଅଭିଯୋଗ କରିଛନ୍ତି । ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେବା ସହିତ ଚୋରୀ କାର୍ଯ୍ୟରେ ଲିପ୍ତ ଅଭିଯୁକ୍ତ ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Advertisement

Leave a Reply

Your email address will not be published. Required fields are marked *